ରାଫେଲ ଡିଲ : କୌଣସି ନୂତନ ତଦନ୍ତ ହେବ ନାହିଁ, ଆବେଦନ କାରଜ କଲେ ସୁପ୍ରିମକୋର୍ଟ
ରାଫେଲ ବିମାନ ଚୁକ୍ତି ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ଭାରତ-ଫ୍ରାନ୍ସ ମଧ୍ୟରେ 36 ରାଫେଲ ଚୁକ୍ତିରେ ଏକ ନୂତନ ଯାଞ୍ଚ ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।
ନୂଆଦିଲ୍ଲୀ : ରାଫେଲ ବିମାନ ଚୁକ୍ତି ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ଭାରତ-ଫ୍ରାନ୍ସ ମଧ୍ୟରେ 36 ରାଫେଲ ଚୁକ୍ତିରେ ଏକ ନୂତନ ଯାଞ୍ଚ ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ଏବଂ ଏସ ରବିନ୍ଦ୍ର ଭଟ୍ଟଙ୍କ ଏକ ବେଞ୍ଚ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛି ।

ସୋମବାର ସୁପ୍ରିମକୋର୍ଟ ଆଡଭୋକେଟ ଏମ.ଏଲ୍ ଶର୍ମାଙ୍କୁ ଫ୍ରାନ୍ସର ଅନୁସନ୍ଧାନକାରୀ ଏଜେନ୍ସି, ଏଜେନ୍ସ ଫ୍ରାଙ୍କାଇଜ ଆଣ୍ଟି କରପ୍ସନ୍ (AFA) ରୁ ଡକ୍ୟୁମେଣ୍ଟ ଆଣିବାକୁ ହୋଇଥିବା ଆବେଦନ ପ୍ରତ୍ୟାହାର କରିବାକୁ କହିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ବିମାନ ନିର୍ମାତା କମ୍ପାନୀ ଡାସଲ୍ଟ ଏଭିଏସନ୍ 2016 ରେ ଭାରତ-ଫ୍ରାନ୍ସ ରାଫେଲ ଚୁକ୍ତି ସଂପର୍କରେ ଏକ ଭାରତୀୟ କମ୍ପାନୀକୁ 1 ମିଲିୟନ ୟୁରୋ (ପ୍ରାୟ 8 କୋଟି ଟଙ୍କା) ଦେଇଛି ।
ଏହି ଘଟଣାର ତଦନ୍ତ କରିବାକୁ ବେଞ୍ଚ ମନା କରିଦେଇଛି । ଏହା ପରେ ଏମ.ଏଲ୍ ଶର୍ମା ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ସର୍ବୋଚ୍ଚ ଅଦାଲତ 14 ଡିସେମ୍ବର 2018 ରେ ମଧ୍ୟ 36 ରାଫେଲ ଜେଟ କ୍ରୟ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତିକୁ ଚ୍ୟାଲେଞ୍ଜ କରିଥିବା ଏକ ଆବେଦନକୁ ଖାରଜ କରିଦେଇଥିଲେ ।












Click it and Unblock the Notifications