Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟରୁ ଅନିଲ ଦେଶମୁଖଙ୍କୁ ଝଟକା : କହିଲେ, ଆପଣଙ୍କର 'ରାଇଟ୍ ହ୍ୟାଣ୍ଡ' କରିଛନ୍ତି ଅଭିଯୋଗ

ସେ (ଅନିଲ ଦେଶମୁଖ) ଆପଣଙ୍କ ଶତ୍ରୁ ନୁହଁନ୍ତି ଯିଏ ଆପଣଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଛନ୍ତି, ବରଂ ଏହା ଆପଣଙ୍କ ରାଇଟ୍ ହ୍ୟାଣ୍ଡ (ପରମବୀର ସିଂ) ଏହି ଅଭିଯୋଗ କରିଛନ୍ତି ।

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହି ଆବେଦନରେ ମୁମ୍ବାଇର ପୂର୍ବତନ କମିଶନର ପରମବାର ସିଂଙ୍କ ଅଭିଯୋଗ ଅନୁସାରେ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ ହେବାନେଇ ନେଇ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା ।

Prambir-Anil

ଆବେଦନ ଖାରଜ ହେବା ପୂର୍ବରୁ ସୁପ୍ରିମକୋର୍ଟ ଏହି ଅଭିଯୋଗକୁ ଗୁରୁତର ବୋଲି କହିଛନ୍ତି ଏବଂ ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ଥିବା ନେଇ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଷ୍ଟିସ ଏସ.କେ କୈଲ କହିଛନ୍ତି ଯେ "ଅଭିଯୋଗ ଗମ୍ଭୀର । ଗୃହମନ୍ତ୍ରୀ ଏବଂ ପୋଲିସ କମିଶନର ଏଥିରେ ସମ୍ପୃକ୍ତ ଅଛନ୍ତି । ଉଭୟେ ଅଲଗା ନହେବା ପର୍ଯ୍ୟନ୍ତ ଏକ ପଦବୀରେ ଥାଇ ଏକାଠି କାମ କରୁଥିଲେ । ଏହାର ଯାଞ୍ଚ କଣ ସିବିଆଇ କରିବା ଉଚିତ ନୁହେଁ କି ? ଅଭିଯୋଗର ପ୍ରକୃତି ଏବଂ ସମ୍ପୃକ୍ତ ଲୋକଙ୍କୁ ଦୃଷ୍ଟିରେ ରଖି ଏହାର ନିରପେକ୍ଷ ତଦନ୍ତ ଆବଶ୍ୟକ । " ସୁପ୍ରିମ କୋର୍ଟ କହିଛନ୍ତି ଏହି ମାମଲାରେ ଉଚ୍ଚସ୍ତରର ଲୋକ ସାମିଲ ଅଛନ୍ତି ।

କପିଲ ସିବଲ ରଖିଲେ ଦେଶମୁଖଙ୍କ ପକ୍ଷ

ଏହି ମାମଲାରେ ଅନିଲ ଦେଶମୁଖଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ଏକ ହେବା ଉଚିତ୍ । ଯଦି ଜଣେ ପୋଲିସ କମିଶନର କିଛି କହିଛନ୍ତି ତେବେ ତାଙ୍କ କଥା ପ୍ରମାଣ ହୋଇଯିବ ଏହା ହୋଇପାରିବ ନାହିଁ । ସିବଲ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶମୁଖଙ୍କ ପକ୍ଷ ଶୁଣିବା ବିନା କୌଣସି ପ୍ରାଥମିକ ଅନୁସନ୍ଧାନ କରାଯାଇପାରିବ ନାହିଁ । ସାମ୍ବାଦିକ ସମ୍ମିଳନୀକୁ ଆଧାର କରି ଏସଆଇଟି ଏକ ଅନୁସନ୍ଧାନ କରୁଛି ।

ଆପଣଙ୍କର ରାଇଟ୍ ହ୍ୟାଣ୍ଡ ଲଗାଇଛନ୍ତି ଆରୋପ - କୋର୍ଟ

ଏହା ଉପରେ କୋର୍ଟ କହିଛନ୍ତି ଯେ "ସେ (ଅନିଲ ଦେଶମୁଖ) ଆପଣଙ୍କ ଶତ୍ରୁ ନୁହଁନ୍ତି ଯିଏ ଆପଣଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଛନ୍ତି, ବରଂ ଏହା ଆପଣଙ୍କ ରାଇଟ୍ ହ୍ୟାଣ୍ଡ (ପରମବୀର ସିଂ) ଏହି ଅଭିଯୋଗ କରିଛନ୍ତି ।" ଯାଞ୍ଚ ଉଭୟଙ୍କ ବିରୋଧରେ ହେବା ଉଚିତ୍ ବୋଲି କହିଛନ୍ତି ଜଷ୍ଟିସ କୈଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+