Get Updates
Get notified of breaking news, exclusive insights, and must-see stories!

ଗାଈ କୁ 'ଜାତୀୟ ପ୍ରାଣୀ' ଘୋଷଣା କରିବା ପିଆଇଏଲ ଖାରଜ କଲେ ସୁପ୍ରିମ କୋର୍ଟ

ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବା ନେଇ ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି । ଏହି ଆବେଦନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଥିଲା ।

ନୂଆଦିଲ୍ଲୀ : ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବା ନେଇ ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି । ଏହି ଆବେଦନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଥିଲା । କିନ୍ତୁ ଜଷ୍ଟିସ ଏସ.କେ କୌଲ ଏବଂ ଜଷ୍ଟିସ ଅଭୟ ଏସ ଓକାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛି ।

supreme court

ଏହା କୋର୍ଟର କାମ କି ବୋଲି କୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ । ଆପଣ ଏପରି ନିବେଦନ କାହିଁକି ଦାଖଲ କରନ୍ତି ଯାହା ଆମକୁ ଜୋରିମାନା ଲାଗୁ କରିବାକୁ ପଡିବ ? କେଉଁ ମୌଳିକ ଅଧିକାର ଉଲ୍ଲଂଘନ ହୋଇଛି ? ଆମେ ଆଇନ ପ୍ରତି ଧ୍ୟାନ ଦେବା ଉଚିତ୍ ନୁହେଁ ଏବଂ ଏପରି ଶୁଣାଣିରେ ଏହାକୁ ବ୍ୟବହାର କରିବା ଉଚିତ୍ କି ? ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ଏଥିସହ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି ଯେ ଗାଈ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ପରିସ୍ଥିତିରେ ଗାଈକୁ ଜାତୀୟ ପଶୁ ଭାବରେ ଘୋଷଣା କରାଯିବା ଉଚିତ୍ । ଏହା ଉପରେ ସୁପ୍ରିମକୋର୍ଟର ବେଞ୍ଚ ଓକିଲଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଏହି ପିଟିସନ ପ୍ରତ୍ୟାହାର ନ କରାଯାଏ, ତେବେ ଜରିମାନା ଲାଗୁ କରାଯିବ । ଏହା ପରେ ଓକିଲ ଆବେଦନ ପ୍ରତ୍ୟାହାର କରିନେଲେ । ଏନଜିଓ ଗୋବଂଶ ସେବା ସେବା ଏବଂ ଅନ୍ୟମାନଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+