Get Updates
Get notified of breaking news, exclusive insights, and must-see stories!

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା, ରାମ ନବମୀ ହିଂସା ଘଟଣାର ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ ମମତା ବାନାର୍ଜୀ ସରକାରକୁ ଲାଗିଛି ବଡ଼ ଝଟକା । ରାମ ନବମୀ ହିଂସା ଘଟଣାରେ ଏନଆଇଏ ଯାଞ୍ଚ ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଏହା ପରେ ବର୍ତ୍ତମାନ ଏହି ହିଂସାର ତଦନ୍ତ କରିବ ଏନଆଇଏ ।

ram navami violence

ପଶ୍ଚିମବଙ୍ଗରେ ରାମ ନବମୀ ଶୋଭାଯାତ୍ରାରେ ହୋଇଥିବା ହିଂସା ଘଟଣାରେ ଏନଆଇଏ ଯାଞ୍ଚ କରିବାକୁ କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ମିଳିଥିବା ଅନୁମତିକୁ ଖାରଜ କରିବାକୁ ମମତା ସରକାର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଚିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ ଏହ ଆବେଦନକୁ ଅସ୍ୱୀକାର ବୋଲି କହିଛନ୍ତି । ସ୍ୱତନ୍ତ୍ର ଆବେଦନ (SLP) କୁ ବିଚାର କରିବାକୁ ଇଚ୍ଛୁକ ନୁହଁ ।

ସୂଚନାଯୋଗ୍ୟ ଯେ ହିଂସା ଘଟଣାରେ କୌଣସି ବିସ୍ଫୋରକ ବ୍ୟବହାର କରାଯାଇ ନ ଥିବା ଯୁକ୍ତି ଦର୍ଶାଇ ପଶ୍ଚିମବଙ୍ଗ ସରକାର ଏହାର ଅନୁସନ୍ଧାନକୁ ଏନଆଇଏକୁ ହସ୍ତାନ୍ତର କରିବା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଦୃଢ ସମାଲୋଚନା କରିଥିଲା ।

ମମତା ସରକାର ଯୁକ୍ତି ବାଢିଛନ୍ତି ଯେ ବଙ୍ଗଳା ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ମାର୍ଚ୍ଚ 30 ରୁ ଅପ୍ରେଲ 3 ମଧ୍ୟରେ ବଙ୍ଗଳାର ଚାରୋଟି ପୋଲିସ ଷ୍ଟେସନରେ ହିଂସା ଏବଂ ବିସ୍ଫୋରଣ ଘଟଣା ସଂପର୍କରେ ସମୁଦାୟ 6 ଟି ଏଫ୍ଆଇଆର୍ ରୁଜୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+