କାର୍ଯ୍ୟରତ ମହିଳାଙ୍କୁ ମିଳିବ କି ପେଡ୍ ପିରିଅଡ୍ସ ଲିଭ୍ ? ଜାଣନ୍ତୁ କ'ଣ କହିଲେ ସୁପ୍ରିମ କୋର୍ଟ

ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ମାସିକ ଧର୍ମ ସମୟରେ ଛୁଟି ଦେବାକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମ କୋର୍ଟ ।

Periods Leave

ନୂଆଦି: ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ମାସିକ ଧର୍ମ ସମୟରେ ଛୁଟି ଦେବାକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି, ଏହି ଆବେଦନ ଉପରେ ଶୁଣାଣି କଲେ କିମ୍ବା ଆଲୋଚନା କଲେ ହୁଏତ, ଲୋକମାନେ ମହିଳାଙ୍କୁ ଚାକିରି ଦେବାରୁ ଦୂରେଇ ରହିପାରନ୍ତି । ଦିଲ୍ଲୀ ବାସିନ୍ଦା ତଥା ଓକିଲ ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ପକ୍ଷରୁ ଏହି ଆବେଦନ କୋର୍ଟରେ ଦାଖଲ କରାଯାଇଥିଲା ।

ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ 'ନୀତିଗତ ବିଚାରକୁ ନେଇ ଆବେଦନକାରୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିକଟକୁ ଯିବା ଉଚିତ ହେବ କାରଣ କୌଣସି ନ୍ୟାୟିକ ଆଦେଶ ପ୍ରକୃତରେ ମହିଳାଙ୍କ ପାଇଁ ପ୍ରତିକୂଳ କିମ୍ବା ଭୁଲ ପ୍ରମାଣିତ ହୋଇପାରେ । ଏହା ଏକ ନୀତିଗତ ବିଷୟ ଏବଂ ଏହା ବିଷୟରେ ଚିନ୍ତା କରିବା ପରେ ପଦକ୍ଷେପ ନିଆଯିବା ଉଚିତ୍ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, 11 ଜାନୁଆରୀ 2023 ରେ ଦାଖଲ ହୋଇଥିବା ପିଟିସନରେ ଦିଲ୍ଲୀର ଓକିଲ ଶୈଳେନ୍ଦ୍ର ମଣି ତ୍ରିପାଠୀ କହିଥିଲେ ଯେ 'ମହିଳାମାନେ ମାତୃତ୍ୱ ଛୁଟି ପାଆନ୍ତି ଏବଂ ସେହି ଛୁଟି ାପଇଁ ଦରମା ମିଳିଥାଏ । ଋତୁସ୍ରାବକୁ ନେଇ ସେମିତି କୌଣସି ନିୟମ ନାହିଁ, ଯଦିଓ କେତେକ କମ୍ପାନୀ ନିଜ ଇଛାରେ ମହିଳାମାନଙ୍କୁ ଛୁଟି ଦିଅନ୍ତି, କିନ୍ତୁ ଏ ବିଷୟରେ କୌଣସି ସରକାରୀ ନିୟମ ନାହିଁ, ଯେତେବେଳେ ମୁଁ ଭାବୁଛି ଏକ ନିୟମ ରହିବା ଉଚିତ୍ ।

ସେ ଆହୁରି ମଧ୍ୟ କହିଥିଲେ ଯେ 'ଅନେକ ମହିଳା ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା ଭୋଗନ୍ତି, ସେମାନେ ସେହି ସମୟରେ ଅନେକ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଏବଂ ଚାପ ଦେଇ ଗତି କରନ୍ତି, ତେଣୁ ପେଡ୍ ଲିଭ୍ ପାଇଁ ଆବେଦନରେ କୁହାଯାଇଛି । ପ୍ରତ୍ୟେକ ମହିଳା ଋତୁସ୍ରାବ ଦେଇ ଗତି କରନ୍ତି, ଯାହା ଏକ ପ୍ରାକୃତିକ ପ୍ରକ୍ରିୟା, ଏହି ଛୁଟି ବିଳାସପୂର୍ଣ୍ଣ ନୁହେଁ କିମ୍ବା କୌଣସି ମହିଳାଙ୍କୁ ଅତିରିକ୍ତ କିଛି ଦିଆଯାଉ ନାହିଁ । ଏହା ସେମାନଙ୍କର ଆବଶ୍ୟକତା ।

ତାଙ୍କ ପିଟିସନରେ କେରଳ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେଉଁଠାରେ ସରକାର ରାଜ୍ୟ ଉଚ୍ଚଶିକ୍ଷା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଋତୁସ୍ରାବ ଛୁଟି ଲାଗୁ କରିଛନ୍ତି । ଏହା ସହିତ ବ୍ରିଟେନ, ଚୀନ୍, ଜାପାନ, ତାଇୱାନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ସ୍ପେନ୍ ଏବଂ ଜାମ୍ବିଆ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+