Get Updates
Get notified of breaking news, exclusive insights, and must-see stories!

ଆଦାନୀ ମାମଲାରେ ବନ୍ଦ ଲଫାପାରେ କମିଟି ସଦସ୍ୟଙ୍କ ନାମ ନେବାକୁ ମନା କଲେ ସୁପ୍ରିମ କୋର୍ଟ

ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି ଯେ ସିଲ୍ ହୋଇଥିବା ଲଫାପାରେ ଆମେ କେନ୍ଦ୍ରର ପରାମର୍ଶ ଗ୍ରହଣ କରିବୁ ନାହିଁ । ଆମେ ଏହି ପ୍ରସଙ୍ଗରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ଚାହୁଁଛୁ ।

adani - supreme court

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏ ପ୍ରସଙ୍ଗରେ ଯାଞ୍ଚ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ପ୍ରସଙ୍ଗରେ ଅନେକ ଆବେଦନ କରାଯାଇଥିଲା । ଏ ନେଇ ସୁପ୍ରିମ କୋର୍ଟ ଶୁଣାଣି କରିବା ସହ କେନ୍ଦ୍ର ନିକଟରୁ ଜବାବ ମାଗିଥିଲେ । ଗତ ଶୁଣାଣି ସମୟରେ କେନ୍ଦ୍ର ସ୍ପଷ୍ଟ କରିଦେଇଛି ଯେ ଏହି ପ୍ରସଙ୍ଗରେ ବିଶେଷଜ୍ଞ ମାନଙ୍କର ଏକ କମିଟି ଗଠନ ହେଲେ ସେମାନଙ୍କର କୌଣସି ଆପତ୍ତି ନାହିଁ । ଏହା ପରେ ବେଞ୍ଚ କମିଟି ସଦସ୍ୟଙ୍କ ନାମକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ସୁପ୍ରିମ କୋର୍ଟ । କିନ୍ତୁ ବର୍ତ୍ତମାନ କୋର୍ଟ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ସିଲ୍ ହୋଇଥିବା କଭରରେ ସଦସ୍ୟଙ୍କ ନାମ ନେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ସୂଚନାନୁସାରେ, ସଦସ୍ୟମାନଙ୍କ ନାମ ସିଲ୍ ହୋଇଥିବା ଏକ ଲଫାପାରେ କେନ୍ଦ୍ର ସରକାର ହସ୍ତାନ୍ତର କରିଥିଲେ । ଯେଉଁଥିରେ ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି ଯେ ସିଲ୍ ହୋଇଥିବା ଲଫାପାରେ ଆମେ କେନ୍ଦ୍ରର ପରାମର୍ଶ ଗ୍ରହଣ କରିବୁ ନାହିଁ । ଆମେ ଏହି ପ୍ରସଙ୍ଗରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ଚାହୁଁଛୁ । ଆମେ ଚାହୁଁନାହୁଁ ଯେ ଏହି ପ୍ରସଙ୍ଗରେ କେହି ପକ୍ଷପାତିତାର ଅଭିଯୋଗ ଆଣନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+