ଦେହ ବ୍ୟବସାୟକୁ ବୈଧ ଘୋଷଣା କଲେ ସୁପ୍ରିମ କୋର୍ଟ, ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ ପୋଲିସ୍

ର୍ବୋଚ୍ଚ ନ୍ୟାୟାଳୟ ଦେହଜୀବୀଙ୍କ କାମକୁ ପେଶାଦାର ବିବେଚନା କରି କହିଛନ୍ତି, ପୋଲିସକୁ ସାବାଳିକା ଏବଂ ସହମତିରେ ଦେହ ବ୍ୟବସାୟ କାମ କରୁଥିବା ମହିଳାଙ୍କ ଉପରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ନୁହେଁ ।

ନୂଆଦିଲ୍ଲୀ : ଦେହଜୀବୀଙ୍କ କାମରେ ହସ୍ତକ୍ଷେପ ନକରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିଜ ପୋଲିସକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଦେହଜୀବୀଙ୍କ କାମକୁ ପେଶାଦାର ବିବେଚନା କରି କହିଛନ୍ତି, ପୋଲିସକୁ ସାବାଳିକା ଏବଂ ସହମତିରେ ଦେହ ବ୍ୟବସାୟ କାମ କରୁଥିବା ମହିଳାଙ୍କ ଉପରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ନୁହେଁ ।

supreme court of India

ଦେହ ବ୍ୟବସାୟ ଏକ ବୃତ୍ତି ବା ପେସା ଏବଂ ଆଇନ ଅନୁସାରେ ଦେହଜୀବୀମାନେ ସାମାଜିକସ୍ତରରେ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକ୍‌ଦାର । ତେଣୁ, ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ।

ଯୌନକର୍ମୀମାନଙ୍କ ଅଧିକାରଗୁଡ଼ିକର ସୁରକ୍ଷା ନିମନ୍ତେ ବିଚାରପତି ଏଲ୍‌. ନାଗେ‌ଶ୍ବର ରାଓଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ଏ ମାମଲାରେ ୬ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ଯୌନକର୍ମୀମାନେ ଆଇନ ପାଖରୁ ସମାନ ସୁରକ୍ଷା ପାଇବାକୁ ହକଦାର । ବୟସ ଏବଂ ସମ୍ମତିକୁ ଭିତ୍ତି କରି ସମସ୍ତ ମାମଲାରେ ଅପରାଧିକ ଆଇନ ଲାଗୁ କରାଯାଇ ପାରିବ । ଯୌନକର୍ମୀଜଣକ ପ୍ରାପ୍ତ ବୟସ୍କା ଏବଂ ସମ୍ମତିରେ ବେଶ୍ୟାବୃତ୍ତି କରୁଥିବା ସ୍ପଷ୍ଟ ହୋଇଗଲେ ପୁଲିସ ହସ୍ତକ୍ଷେପ କରିବା ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣରୁ ବିରତ ରହିବା ଉଚିତ ।

ସ୍ୱେଚ୍ଛାକୃତ ବେଶ୍ୟାବୃତ୍ତି ବେଆଇନ ହୋଇ ନ ଥିବାରୁ ବେଶ୍ୟାଳୟରେ ଚଢ଼ାଉ ସମୟରେ ଯୌନକର୍ମୀମାନଙ୍କୁ ଗିରଫ କରିବା, ଦଣ୍ଡିତ କରିବା, ହଇରାଣ କରିବା କିଂବା ଶୋଷଣ କରିବା ଅନୁଚିତ । କିନ୍ତୁ, ବେଶ୍ୟାଳୟ ଚଳାଇବା ବେଆଇନ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି । ଯୌନ ବ୍ୟବସାୟରେ ଲିପ୍ତ ଥିବା ଦର୍ଶାଇ ଶିଶୁ ଯୌନକର୍ମୀଙ୍କୁ ମଧ୍ୟ ତାଙ୍କ ମାଆଙ୍କ ଠାରୁ ପୃଥକ୍‌ କରାଯିବା ଅନୁଚିତ । ଯଦି କୌଣସି ନାବାଳିକା ବେଶ୍ୟାଳୟ ତଥା ଯୌନକର୍ମୀମାନଙ୍କ ସହିତ ବସବାସ କରୁଥିବା ଦେଖାଯାଏ, ତାଙ୍କୁ ଚୋରାଚାଲାଣ କରାଯାଇଛି ବୋଲି ଧରି ନେବା ଅନୁଚିତ ବୋଲି ମଧ୍ୟ ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି । ଏହା ବ୍ୟତିରେକେ ସୁପ୍ରିମ୍‌ କୋର୍ଟ ଯୌନକର୍ମୀମାନଙ୍କ ଅଧିକାର ଓ ସୁରକ୍ଷା ‌ନିମନ୍ତେ ଅନେକ ସୁପାରିସ କରିବା ସହ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ଜୁଲାଇ 27ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+