Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟରେ ପହଞ୍ଚିଲା ହିଜାବ ବ୍ୟାନ ମାମଲା, ପ୍ରଧାନ ବିଚାରପତି କହିଲେ - ପ୍ରଥମେ ହାଇକୋର୍ଟ ନିଷ୍ପତ୍ତି ନିଅନ୍ତୁ

ଦେଶରେ ବିରୋଧ ପ୍ରଦର୍ଶନ ମଧ୍ୟରେ କର୍ଣ୍ଣାଟକ ହିଜାବ ବ୍ୟାନ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଯାହା ଉପରେ ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ ପ୍ରଥମେ ଏହି ମାମଲାରେ କୋର୍ଟ ନିଷ୍ପତ୍ତି ନିଅନ୍ତୁ ।

ନୂଆଦିଲ୍ଲୀ : କର୍ଣ୍ଣାଟକର ସ୍କୁଲ ଏବଂ କଲେଜରୁ ଆରମ୍ଭ ହୋଇଥିବା ହିଜାବ ପ୍ରସଙ୍ଗ ବର୍ତ୍ତମାନ ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି । ରାଜ୍ୟଠାରୁ ଆରମ୍ଭ କରି ଦେଶର ରାଜନୀତି ପର୍ଯ୍ୟନ୍ତ ହିଜାବ ବିବାଦର ପ୍ରତିଧ୍ୱନୀ ଶୁଣାଯାଉଛି । ଏହି ସମୟରେ ଦେଶରେ ବିରୋଧ ପ୍ରଦର୍ଶନ ମଧ୍ୟରେ କର୍ଣ୍ଣାଟକ ହିଜାବ ବ୍ୟାନ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଯାହା ଉପରେ ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ ପ୍ରଥମେ ଏହି ମାମଲାରେ କୋର୍ଟ ନିଷ୍ପତ୍ତି ନିଅନ୍ତୁ ।

hijab

ବରିଷ୍ଠ ଆଡଭୋକେଟ କପିଲ ସିବଲ ଗୁରୁବାର ସୂଚାଇ ଦେଇଛନ୍ତି ଯେ କର୍ଣ୍ଣାଟକରେ କଣ ଘଟୁଛି ସେ ସମ୍ପର୍କରେ ଏକ ପିଟିସନ ଦାଖଲ କରାଯାଇଛି । ସେ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନିକଟରେ ତୁରନ୍ତ ଏହା ଉଲ୍ଲେଖ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, " ଏହି ଆବେଦନ କର୍ଣ୍ଣାଟକରେ ଯାହା ଘଟୁଛି ତାହା ସହ ଜଡିତ । ଏହା ସମଗ୍ର ଦେଶରେ ବ୍ୟାପିଛି । ଏହି ସମୟରେ ପରୀକ୍ଷାକୁ ମାତ୍ର ଦୁଇ ମାସ ବାକି ଅଛି ।"

ତେବେ ପ୍ରଧାନ ବିଚାରପତି ରମଣା ଏହା ଉପରେ କହିଛନ୍ତି ଯେ ଆପଣ ପ୍ରଥମେ ଅପେକ୍ଷା କରନ୍ତୁ, ହାଇକୋର୍ଟ ନିଷ୍ପତ୍ତି ନିଅନ୍ତୁ । ଏହି ମାମଲାକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି କି ? ଯେତେବେଳେ ସିବଲ ପରାମର୍ଶ ଦେଇଥିଲେ ଯେ ଏହି ମାମଲାକୁ ତାଲିକାଭୁକ୍ତ କରାଯାଉ ଏବଂ ଏପର୍ଯ୍ୟନ୍ତ କୌଣସି ଆଦେଶ ଜାରି କରାଯାଇ ନାହିଁ । କୋର୍ଟ କହିଛନ୍ତି, "ବର୍ତ୍ତମାନ ସମସ୍ୟା ହେଉଛି ଯଦି ଆମେ ଏହି ମାମଲାର ତାଲିକାଭୁକ୍ତ କରିବା, ତେବେ ହାଇକୋର୍ଟ ଏହା କେବେ ଶୁଣାଣି କରିବେ ନାହିଁ । ଗୋଟିଏ କିମ୍ବା ଦୁଇ ଦିନ ଅପେକ୍ଷା କରନ୍ତୁ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+