ଇସ୍ରୋ ଗୁପ୍ତଚର ମାମଲା : ଅଭିଯୁକ୍ତଙ୍କ ଆଗୁଆ ଜାମିନ୍ ଖାରଜ କଲେ ସୁପ୍ରିମକୋର୍ଟ, ପୁଣି ହାଇକୋର୍ଟରେ ହେବ ଶୁଣାଣି
ISRO ଗୁପ୍ତଚର ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ କେରଳ ହାଇକୋର୍ଟ ଦେଇଥିବା ଆଗୁଆ ଜାମିନକୁ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ପୁନର୍ବାର ଏହି ମାମଲାର ଶୁଣାଣି କରିବା ଉଚିତ୍ ।
ନୂଆଦିଲ୍ଲୀ : ISRO ଗୁପ୍ତଚର ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ କେରଳ ହାଇକୋର୍ଟ ଦେଇଥିବା ଆଗୁଆ ଜାମିନକୁ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ପୁନର୍ବାର ଏହି ମାମଲାର ଶୁଣାଣି କରିବା ଉଚିତ୍ । ତେବେ ଅଭିଯୁକ୍ତଙ୍କ ଗିରଫ ଉପରେ ଆସନ୍ତା ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ରୋକ୍ ରହିବ । ଫଳରେ ସେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ।

ଏହି ମାମଲା 1994 ମସିହାର । ଏହି ମାମଲାରେ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ କେରଳ ଡିଜିପି ସିବି ମାଥ୍ୟୁସ୍, ଗୁଜୁରାଟର ପୂର୍ବତନ ଏଡିଜିପି ଆରବି ଶ୍ରୀକୁମାର ଏବଂ ଅନ୍ୟ ତିନିଜଣ ଅଛନ୍ତି । ଜଣେ ISRO ବୈଜ୍ଞାନିକ ନାମ୍ବି ନାରାୟଣନଙ୍କୁ ଫସାଇବା ପାଇଁ ଅଭିଯୁକ୍ତ ଏକ ମିଥ୍ୟା ମାମଲା ଗଠନ କରି ତାଙ୍କୁ ଏଜେନ୍ସିର ପ୍ରଯୁକ୍ତିବିଦ୍ୟାକୁ ଶତ୍ରୁ ଦେଶକୁ ବିକ୍ରୟ କରିଥିବା ଅଭିଯୋଗ କରିଥିଲେ । ଏହି ମାମଲାରେ ନାମ୍ବି ପ୍ରାୟ ଦୁଇମାସ ଜେଲରେ ଥିଲେ, ଯଦିଓ ପରେ ସମସ୍ତ ସତ୍ୟ ପଦାକୁ ଆସିବା ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ମଧ୍ୟ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।
କିଛି ସମୟ ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ନାମ୍ବିଙ୍କୁ ଏକ ମିଥ୍ୟା ମାମଲାରେ ଜଡ଼ିତ କରିବାକୁ ଚେଷ୍ଟା କରିଥିଲେ । ସେ ଅନେକ ନକଲି ପ୍ରମାଣ ମଧ୍ୟ ଦେଖାଇଥିଲେ, କିନ୍ତୁ ତାଙ୍କର ସମସ୍ତ ରହସ୍ୟ ଉନ୍ମୋଚିତ ହୋଇଥିଲା । ଏହା ପରେ ନାମ୍ବିଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏଥି ସହିତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଜଣେ ଅଭିଯୁକ୍ତଙ୍କ ଓକିଲ କପିଲ ସିବଲ କହିଛନ୍ତି ଯେ ମୁଁ କୋର୍ଟଙ୍କୁ ଅନୁରୋଧ କରୁଛି ଯେ ଯଦି ଏହାକୁ ହାଇକୋର୍ଟକୁ ପଠାଯାଏ, ତେବେ ସେମାନଙ୍କୁ ଗିରଫଦାରୀରୁ ସୁରକ୍ଷା ଦିଆଯାଉ । ଏଭଳି ପରିସ୍ଥିତିରେ କୋର୍ଟ ତାଙ୍କ ଦାବିକୁ ଗ୍ରହଣ କରିଥିଲେ ।
ଗତ ବର୍ଷ ଏହି ମାମଲାରେ ସିବିଆଇ କେରଳ ହାଇକୋର୍ଟଙ୍କୁ କହିଛି ଯେ ଏହି ଘଟଣାରେ ପାକିସ୍ତାନ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହା ସମ୍ଭବ ଯେ ପଡୋଶୀ ଦେଶର ଆଦେଶରେ ଅଭିଯୁକ୍ତ ଏହି ଷଡଯନ୍ତ୍ର କରିଥିଲେ ।












Click it and Unblock the Notifications