ମରାଠା ସଂରକ୍ଷଣକୁ ସୁପ୍ରିମକୋର୍ଟଙ୍କ ଖାରଜ ; କହିଲେ, ସମାନତା ଅଧିକାରର ହେଉଛି ଉଲ୍ଲଂଘନ
ସୁପ୍ରିମକୋର୍ଟ ମହାରାଷ୍ଟ୍ରର ମରାଠା ସଂରକ୍ଷଣକୁ ରଦ୍ଦ କରିଛନ୍ତି । ଏସଂକ୍ରନ୍ତରେ ବୁଧବାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ମରାଠା ସଂରକ୍ଷଣ 50% ରୁ ଅଧିକ ହୋଇପାରିବ ନାହିଁ । ଏହା ସମାନତାର ଅଧିକାରକୁ ଉଲ୍ଲଂଘନ କରିବ ।
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମହାରାଷ୍ଟ୍ରର ମରାଠା ସଂରକ୍ଷଣକୁ ରଦ୍ଦ କରିଛନ୍ତି । ଏସଂକ୍ରନ୍ତରେ ବୁଧବାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ମରାଠା ସଂରକ୍ଷଣ 50% ରୁ ଅଧିକ ହୋଇପାରିବ ନାହିଁ । ଏହା ସମାନତାର ଅଧିକାରକୁ ଉଲ୍ଲଂଘନ କରିବ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର, ଜଷ୍ଟିସ୍ ହେମନ୍ତ ଗୁପ୍ତା ଏବଂ ଏସ ଜଷ୍ଟିସ୍ ରବିନ୍ଦ୍ର ଭଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ରାୟ ଦେଇଛନ୍ତି । ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଏହାର ରାୟରେ କୋର୍ଟ କହିଛନ୍ତି ଯେ, 'ଇନ୍ଦିରା ସାୱନିଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବା ନେଇ ଆମେ କୌଣସି କାରଣ ପାଇଲୁ ନାହିଁ ।'

ସୂଚନାଯୋଗ୍ୟ, ମାର୍ଚ୍ଚ 15 ରେ କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ । ବମ୍ବେ ହାଇକୋର୍ଟ ଜୁନ୍ 2019 ରେ ଏହି ଆଇନକୁ ସ୍ଥଗିତ ରଖି କହିଥିଲେ, 16 ପ୍ରତିଶତ ସଂରକ୍ଷଣ ଠିକ୍ ନୁହେଁ ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ 12 ପ୍ରତିଶତରୁ ଅଧିକ ହେବ ନାହିଁ ଏବଂ ନାମଲେଖା କ୍ଷେତ୍ରରେ ଏହା 13 ପ୍ରତିଶତରୁ ଅଧିକ ହେବ ନାହିଁ । ଏଥି ସହିତ ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନ ତଥା ସରକାରୀ ଚାକିରୀରେ ମରାଠାଙ୍କ ସଂରକ୍ଷଣକୁ ହାଇକୋର୍ଟ ସ୍ଥଗିତ ରଖିଥିଲେ ।
କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମରାଠା ସଂରକ୍ଷଣ ଆଧାରରେ କୌଣସି ବ୍ୟକ୍ତିଙ୍କୁ କୌଣସି ଚାକିରୀ କିମ୍ବା କଲେଜରେ ସିଟ୍ ଦିଆଯିବ ନାହିଁ । ସୁପ୍ରିମକୋର୍ଟ ତାଙ୍କ ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ, ମରାଠା ସମ୍ପ୍ରଦାୟକୁ ସାମାଜିକ ତଥା ଶିକ୍ଷାଗତ କ୍ଷେତ୍ରରେ ପଛୁଆ ଘୋଷିତ କରାଯାଇପାରିବ ନାହିଁ ଏବଂ ସରକାରଙ୍କ ଏହି ନିଷ୍ପତ୍ତି 2018 ମହାରାଷ୍ଟ୍ର ରାଜ୍ୟ ଆଇନ ସମାନତାର ଅଧିକାରକୁ ଉଲ୍ଲଂଘନ କରୁଛି ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତ୍ତି ହେତୁ ପିଜି ମେଡିକାଲ ପାଠ୍ୟକ୍ରମରେ ଦିଆଯାଇଥିବା ଆଡମିଶନ କାର୍ଯ୍ୟକ୍ଷମ ରହିବ ଏବଂ ଏହି ନିଷ୍ପତ୍ତି ଆଧାରରେ କାହାକୁ ଦିଆଯାଇଥିବା ଚାକିରୀକୁ ମଧ୍ୟ ରହିବ । ସଂରକ୍ଷଣ କେବଳ ପଛୁଆ ଶ୍ରେଣୀ ପାଇଁ ଏବଂ ମରାଠାମାନେ ପଛୁଆ ନୁହଁନ୍ତି ବୋଲି କୋର୍ଟ ରାୟ ଦେଇଛନ୍ତି ।












Click it and Unblock the Notifications