ସରକାର ନୀତିର ସମାଲୋଚନା ସରକାର ବିରୋଧୀ ନୁହଁ କହି ନ୍ୟୁଜ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗଣମାଧ୍ୟମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ ମାମଲାରେ ସରକାରଙ୍କୁ ଲାଗିଛି ବଡ଼ ଝଟକା । ଏପରି ଏକ ମାମଲାର ଶୁମାଣି କରି ସୁପ୍ରିମକୋର୍ଟ ବୁଧବାର ଦିନ କହିଛନ୍ତି ସରକାରଙ୍କ ନୀତିର ସମାଲୋଚନା ସରକାର ବିରୋଧୀ ବୋଲି କୁହାଯାଇପାରିବ ନାହିଁ ।

ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା କହି ସରକାର ଗଣମାଧ୍ୟମ ଉପରେ ଅଯଥା କଟକଣା ଜାରି କରିପାରିବେ ନାହିଁ । ସରକାରୀ କର୍ତ୍ତୃପକ୍ଷଙ୍କ ଆଗରେ ସତ୍ୟ ପ୍ରକାଶ କରିବା ଗଣମାଧ୍ୟମର କର୍ତ୍ତବ୍ୟ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।

supreme court

ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲ୍ 'ମିଡିଆୱାନ୍'କୁ ସୁରକ୍ଷା ମଞ୍ଜୁର କରିବାକୁ କେନ୍ଦ୍ର ସରକାରଙ୍କ ଦାବିକୁ କୋର୍ଟ କାରଜ କରିଦେଇଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ବିନା ପ୍ରମାଣରେ ଜାତୀୟ ସୁରକ୍ଷା ସହ ଜଡିତ ଦାବି କରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ କୋର୍ଟ ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି କୌଣସି ଚ୍ୟାନେଲ ଦ୍ୱାରା ସରକାରଙ୍କ ନୀତି ତଥା କାର୍ଯ୍ୟକଳାପକୁ ସମାଲୋଚନାକୁ ସରକାର ବିରୋଧୀ କୁହାଯାଇପାରିବ ନାହିଁ ।

କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦେଶରେ ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଜାତୀୟ ସୁରକ୍ଷା ଏକ ଗମ୍ଭୀର ବିଷୟ । ଏଥିପାଇଁ ଯାହା କିଛି ଦାବି କରାଯାଏ, ସେଗୁଡ଼ିକ ଏପରି ନିରାଧାର ହେବା ଉଚିତ୍ ନୁହେଁ, କିନ୍ତୁ ସେଗୁଡିକୁ ସଠିକ୍ ପ୍ରମାଣ କରିବାକୁ ଠୋସ୍ ତଥ୍ୟ ରହିବା ଉଚିତ୍ । ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ପ୍ରତିବନ୍ଧ ନିଷ୍ପତ୍ତିକୁ ବୈଧ ରଖିବାକୁ ତାଗିଦ୍ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ସୁରକ୍ଷା ଦୃଷ୍ଟିରୁ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେରଳ ହାଇକୋର୍ଟ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ଯାହା ପରେ ଚ୍ୟାନେଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଉପରେ ସରକାର କହିଛନ୍ତି ଯେସେମାନେ ଏକ ସିଲ୍ କଭରରେ ଏହାର ଜବାବ ରଖିବେ । ଏହା ଉପରେ କୋର୍ଟ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଏବଂ କୋର୍ଟରେ ସିଲ୍ ହୋଇଥିବା କଭରରେ କିଛି କୁହାଯାଇପାରିବ ନାହିଁ କାରଣ ଏହା ସ୍ୱଚ୍ଛ ପ୍ରକ୍ରିୟା ଉପରେ ପ୍ରଭାବ ପକାଇବା ସହ ନିରପେକ୍ଷତା ଉପରେ ପ୍ରଶ୍ମ କରେ ବୋଲି କହିଛନ୍ତି ।

ସୂଚନାଥାଉକି, 2020 ରେ ଦିଲ୍ଲୀ ହିଂସାକାଣ୍ଡ ଉପରେ ପ୍ରସାରଣ କରିଥିବା ସମ୍ବାଦ ଉପରେ ଆପତ୍ତି କରି 'ମିଡିଆୱାନ୍‌ ଟିଭି'କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ 48 ଘଣ୍ଟା ପାଇଁ ନିଷେଧ କରିଥିଲା । ଉକ୍ତ ଚାନେଲ୍‌ 'କେବଲ୍‌ ଟେଲିଭିଜନ୍‌ ନେଟ୍‌ୱାର୍କ ରୁଲ୍‌ସ୍‌ 1994' ଥିବା ନିୟମ ଉଲ୍ଲଂଘନ କରିଛି ବୋଲି ସେମାନେ ଅଭିଯୋଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+