"କରୋନା ଟିକା ପାଇଁ ରାଜ୍ୟ କାହିଁକି ଦେବେ ଅଧିକ ଦାମ ?"
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ ସମାନ ଟିକା ପାଇଁ କେନ୍ଦ୍ରର ମୂଲ୍ୟଠାରୁ ଦୁଇଗୁଣ ଅଧିକ ଦାମରେ ରାଜ୍ୟମାନଙ୍କୁ କାହିଁକି ଟିକା ଦିଆଯାଉଛି ?
ନୂଆଦିଲ୍ଲୀ : ରାଜ୍ୟମାନେ କରୋନା ଭାଇରସ ଟିକା ପାଇଁ ଅଧିକ ମୂଲ୍ୟ ଦେବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସୋମବାର ଦିନ କରୋନା ମହାମାରୀ ପରିସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ ସମାନ ଟିକା ପାଇଁ କେନ୍ଦ୍ରର ମୂଲ୍ୟଠାରୁ ଦୁଇଗୁଣ ଅଧିକ ଦାମରେ ରାଜ୍ୟମାନଙ୍କୁ କାହିଁକି ଟିକା ଦିଆଯାଉଛି ? ଏହି ଟିକା କ୍ରୟ କେନ୍ଦ୍ର ସରକାରଙ୍କ ସ୍ତରରେ କରାଯାଉ ଏବଂ ଏହା ରାଜ୍ୟମାନଙ୍କୁ ବଣ୍ଟନ କରାଯିବା ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟ ନିକଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ।

ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, 'ଟୀକାକରଣ ଏକ ବଡ ପ୍ରସଙ୍ଗ, କିନ୍ତୁ ଏହା ଉପରେ ନୀତି ପ୍ରସ୍ତୁତ କରାଯାଇଛି, ତାହା ସ୍ପଷ୍ଟ ଦେଖାଯାଉନାହିଁ । କୋଭିନ ପୋର୍ଟାଲ ଠାରୁ ଟିକା ମୂଲ୍ୟ ପର୍ଯ୍ୟନ୍ତ ଆଦି ସମ୍ପର୍କରେ କୋର୍ଟ କହିଛନ୍ତି ଯେ ଟିକାର ଏତେ ପ୍ରକାର ମୂଲ୍ୟ ବିଷୟରେ କିଛି ବୁଝା ପଡୁ ନାହିଁ ।' କୋର୍ଟ ଆହୁରି କହିଛନ୍ତି, ସମଗ୍ର ଦେଶକୁ ଟୀକା ଯୋଗାଇବା ନେଇ ଆମର ଚିନ୍ତା । ମୂଲ୍ୟ ନିର୍ଧାରଣ ନୀତି ଉପରେ ଆମେ ଉତ୍ତର ଚାହୁଁ । ଲାଗୁଛି ଯେ ଆପଣ (କେନ୍ଦ୍ର) ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜ୍ୟମାନଙ୍କୁ କହୁଛନ୍ତି । ଏପରିକି ଟିକା କ୍ରୟ ପାଇଁ ଟେଣ୍ଡର ଜାରି କରିବାକୁ ପୌରସଂସ୍ଥା ନିଗମକୁ ମଧ୍ୟ କୁହାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, 'ଚଳିତ ବର୍ଷ ଶେଷ ସୁଦ୍ଧା 18 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟିକା ପ୍ରୟୋଗ କାର୍ଯ୍ୟ ଶେଷ ହେବ । ଟିକା ମୂଲ୍ୟ ସମ୍ପର୍କରେ ସଲିସିଟର ଜେନେରାଲ କହିଛନ୍ତି ଯେ ମୂଲ୍ୟକୁ ନେଇ ରାଜ୍ୟରେ କୌଣସି ପ୍ରତିଯୋଗିତା ନାହିଁ । ଅନେକ ରାଜ୍ୟ ଏହି ଟିକା ପାଇଁ ଗୋବଲ୍ ଟେଣ୍ଡର ଜାରି କରିଛନ୍ତି, କିନ୍ତୁ ଏହି ଟିକା ତିଆରି କରୁଥିବା ଅନେକ କମ୍ପାନୀ ରାଜ୍ୟ ସହିତ ନୁହେଁ, ସିଧାସଳଖ ଦେଶ ସହ ଆଲୋଚନା କରୁଚନ୍ତି ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କୋର୍ଟଙ୍କୁ କହିଛନ୍ତି ଯେ, 'ଟାସ୍କଫୋର୍ସର ରିପୋର୍ଟ ପ୍ରାୟ ସଂପୂର୍ଣ୍ଣ ହୋଇଛି ଏବଂ କରୋନା ମହାମାରୀ ତଥା ଅମ୍ଳଜାନ ଯୋଗାଣ ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଜଷ୍ଟିସ୍ ଡି ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।












Click it and Unblock the Notifications