କୃଷକ ଆନ୍ଦୋଳନ : ସବୁଦିନ ପାଇଁ ବନ୍ଦ କରିପାରିବେ ନାହିଁ ରାସ୍ତା, କୃଷକ ସଂଗଠନ ଠାରୁ ଉତ୍ତର ମାଗିଥିଲେ ସୁପ୍ରିମ କୋର୍ଟ
ସୁପ୍ରିମକୋର୍ଟ କହିଛନ୍ତି ଯେ ଯେକୌଣସି ନାଗରିକଙ୍କ ପରି କୃଷକମାନଙ୍କର ମଧ୍ୟ ବିରୋଧ ପ୍ରଦର୍ଶନ କରିବାର ଅଧିକାର ରହିଛି କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇପାରିବ ନାହିଁ । ଏହାର ସମାଧାନ ହେବା ଆବଶ୍ୟକ ।
ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ବନ୍ଦ ଥିବା ରାସ୍ତା ଖୋଲିବାକୁ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯେକୌଣସି ନାଗରିକଙ୍କ ପରି କୃଷକମାନଙ୍କର ମଧ୍ୟ ବିରୋଧ ପ୍ରଦର୍ଶନ କରିବାର ଅଧିକାର ରହିଛି କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇପାରିବ ନାହିଁ । ଏହାର ସମାଧାନ ହେବା ଆବଶ୍ୟକ । ରାସ୍ତାରୁ ହଟାଇବାକୁ ଚାହୁଁଥିବା ଆବେଦନ ଉପରେ ଧର୍ମଘଟକୁ ଆଗେଇ ନେଉଥିବା କୃଷକ ସଂଗଠନ ଠାରୁ ସୁପ୍ରିମକୋର୍ଟ ଜବାବ ମାଗିଛନ୍ତି । ଡିସେମ୍ବର 7 ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ।

ମୋନିକା ଅଗ୍ରୱାଲ ଏବଂ ହରିୟାଣା ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୃଷକଙ୍କ ଆନ୍ଦୋଳନ ଯୋଗୁଁ ବନ୍ଦ କରାଯାଇଥିବା ରାସ୍ତା ଖୋଲିବାକୁ ଦାବି ହୋଇଛି । ଏହି ଆବେଦନରେ କୁହାଯାଇଛି ଯେ ନୋଏଡାକୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତା କୃଷକଙ୍କ ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି ଏବଂ ଏହି କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ରାସ୍ତା ଖୋଲିବା ଉଚିତ୍ । ଆଜି ଏହା ଉପରେ ଆବେଦନକାରୀଙ୍କ ପକ୍ଷରୁ ସଲିସିଟ ଜେନେରାଲ ତୁଷାର ମେହେତା ଏବଂ କୃଷକଙ୍କ ପକ୍ଷରୁ ଦୁଷ୍ୟନ୍ତ ଦୁବେ ଏବଂ ପ୍ରଶାନ୍ତ ଭୁଷଣ ପକ୍ଷ ରଖିଥିଲେ ।
ଅକ୍ଟୋବର 4 ରେ ଏହି ମାମଲାର ଶେଷ ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଚାଷୀଙ୍କୁ ପଚାରିଥିଲେ ଯେ ଯେତେବେଳେ ଏହି ମାମଲା କୋର୍ଟରେ ଅଛି, ତେବେ କାହିଁକି ବିରୋଧ ପ୍ରଦର୍ଶନ କରାଯାଉଛି ? ଆମେ ତିନୋଟି କୃଷି ନିୟମର ଲାଗୁ ସ୍ଥଗିତ ରଖିଛୁ, ତେବେ କୃଷକମାନେ କାହା ଉପରେ ବିରୋଧ କରୁଛନ୍ତି ?












Click it and Unblock the Notifications