Get Updates
Get notified of breaking news, exclusive insights, and must-see stories!

ୟୁନିଫର୍ମ ସିଭିଲ କୋଡ ଉପରେ 'ସର୍ବୋଚ୍ଚ ରାୟ', ସରକାରୀ ପ୍ୟାନେଲକୁ ସବୁଜ ସଙ୍କେତ

ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ବେଞ୍ଚ କହିଛନ୍ତି ଯେ ଏହା କୌଣସି ନିୟମର ଉଲ୍ଲଂଘନ ନୁହେଁ । ଏହା କରିବା ରାଜ୍ୟମାନଙ୍କର ଅଧିକାର । ଗୁଜୁରାଟ ଏବଂ ଉତ୍ତରପ୍ରଦେଶ ସରକାର ସେହି କ୍ଷମତା ଅଧୀନରେ ଏହି ନିଷ୍ପତ୍ତି ନେଇଛନ୍ତି ।

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ ପାଇଁ ରାଜ୍ିୟ ସରକାରଙ୍କ ପାନେଲକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମ କୋର୍ଟ । ୟୁନିଫର୍ମ ସିଭିଲ କୋଡ ସମ୍ବନ୍ଧରେ ଉତ୍ତରପ୍ରଦେଶ ଏବଂ ଗୁଜରାଟ ସରକାର ପ୍ୟାନେଲ ଗଠନ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ବର୍ତ୍ତମାନ ଏହା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି । ଏହି ଆବେଦନକୁ ଖାରଜ କରି କୋର୍ଟ ୟୁସିସି ପ୍ୟାନେଲକୁ ସବୁଜ ସଙ୍କେତ ଦେଇଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ବର୍ତ୍ତମାନ ନିଜ ଯୋଜନା ଅନୁଯାୟୀ କାର୍ଯ୍ୟ କରିପାରିବେ ।

supreme court

ବାସ୍ତବରେ, ବିଜେପି ଦୀର୍ଘ ଦିନ ଧରି ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗ ଉଠାଇ ଆସୁଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଏବଂ ଗୁଜୁରାଟ ସରକାର ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ଏବଂ ନିଜ ନିଜ ରାଜ୍ୟରେ ସରକାରୀ ପ୍ୟାନେଲ ଗଠନ କରିଥିଲେ । ଯାହାର କାମ ହେଉଛି UCC କାର୍ଯ୍ୟକାରୀ କରିବାର ସମ୍ଭାବ୍ୟତାକୁ ଯାଞ୍ଚ କରିବା । ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ଲୋକ ଓ ସଂଗଠନ ବିରୋଧ କରୁଥିଲେ । ଏଭଳି ପରିସ୍ଥିତିରେ ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ ।

ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ବେଞ୍ଚ କହିଛନ୍ତି ଯେ ଏହା କୌଣସି ନିୟମର ଉଲ୍ଲଂଘନ ନୁହେଁ । ଏହା କରିବା ରାଜ୍ୟମାନଙ୍କର ଅଧିକାର । ଗୁଜୁରାଟ ଏବଂ ଉତ୍ତରପ୍ରଦେଶ ସରକାର ସେହି କ୍ଷମତା ଅଧୀନରେ ଏହି ନିଷ୍ପତ୍ତି ନେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+