Farmer Protest : ବନ୍ଦ ଲଫାପାରେ ରିପୋର୍ଟ ଦେଲା କମିଟି, 5 ଅପ୍ରେଲରେ ହେବ ଶୁଣାଣି
ବନ୍ଦ ଲଫାପାରେ ଦିଆଯାଇଥିବା ରିପ୍ରୋର୍ଟରେ କଣ ରହିଛି ସେ ନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ । ଆସନ୍ତା 5 ତାରିଖରେ ଏନେଇ ସୁପ୍ରିମ କୋର୍ଟରେ ଶୁଣାଣି ହେବ ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ତିନିଜଣିଆ କମିଟି ଏହାର ରିପୋର୍ଟ କୋର୍ଟରେ ଦାଖଲ କରିଛନ୍ତି । କମିଟିର ଜଣେ ସଦସ୍ୟ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବନ୍ଦ ଲଫାପାରେ ଦିଆଯାଇଥିବା ରିପ୍ରୋର୍ଟରେ କଣ ରହିଛି ସେ ନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ । ଆସନ୍ତା 5 ତାରିଖରେ ଏନେଇ ସୁପ୍ରିମ କୋର୍ଟରେ ଶୁଣାଣି ହେବ ।

11 ଜାନୁଆରୀରେ ଗଠିତ ହୋଇଥିଲା କମିଟି
ସୁପ୍ରିମକୋର୍ଟଙ୍କ ଆଦେଶ ପରେ, ଜାନୁଆରୀ 11 ରେ, ଆଇନଗୁଡ଼ିକର ସମୀକ୍ଷା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଅଶୋକ ଗୁଲାଟି, ଅଶୋକ ଧନୱତ ଏବଂ ପ୍ରମୋଦ ଯୋଶୀଙ୍କୁ ସଦସ୍ୟ କରାଯାଇଥିଲା । କମିଟିରେ କୃଷକ ନେତା ଭୁପିନ୍ଦର ସିଂ ମାନଙ୍କ ନାମ ମଧ୍ୟ ରହିଥିଲା କିନ୍ତୁ ସେ ନିଜକୁ ଅଲଗା କରିଦେଇଥିଲେ । ଏଥିସହ ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଜଣେ ପରାମର୍ଶଦାତା ଭାବରେ କମିଟିରେ ଅଛନ୍ତି । ସୁପ୍ରିମକୋର୍ଟରେ ଗଠିତ ଏହି କମିଟିକୁ ଆରମ୍ଭରୁ କୃଷକ ସଂଗଠନଗୁଡିକ ବିରୋଧ କରି ଏହି କମିଟିର ସଦସ୍ୟଙ୍କ ସହ କୌଣସି ପ୍ରକାରର କଥାବାର୍ତ୍ତା କରିବାକୁ ମନା କରି ଦେଇଥିଲେ । କୃଷକ ସଂଗଠନ କହୁଛି ଯେ ଏହି କମିଟିର ସଦସ୍ୟମାନେ ପୂର୍ବରୁ କୃଷି ଆଇନକୁ ସମର୍ଥନ କରିଛନ୍ତି । ଏଭଳି ପରିସ୍ଥିତିରେ ସମାନ ଲୋକଙ୍କ କମିଟି ଗଠନ କରିବା ଯଥାର୍ଥ ନୁହେଁ ।












Click it and Unblock the Notifications