ଶିବସେନା ଚିହ୍ନ ଓ ନାଁ ମାମଲାର ଶୀଘ୍ର ଶୁଣାଣି କରିବାକୁ ରାଜିହେଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ କହିଛନ୍ତି ଯେ ଆସନ୍ତାକାଲି (ବୁଧବାର) ଅପରାହ୍ନ 3.30 ମିନିଟରେ ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଦ୍ୱାରା ନିର୍ବାଚନ ପ୍ରତୀକ "ଧନୁ ଏବଂ ତୀର" ଉପରେ ଚ୍ୟାଲେଞ୍ଜ ହୋଇଥିବା ଏକ ପିଟିସନର ଶୁଣାଣି ହେବ ।

Shiv Sena Row

ମୁମ୍ବାଇ: ଶିବସେନା ଦଳର ନାଁ ଓ ଚିହ୍ନକୁ ନେଇ ଉଦ୍ଧବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ବିବାଦ ବର୍ତ୍ତମାନ ସୁପ୍ରିମ କୋର୍ଟରେ ପହଞ୍ଚିଛି । ଦଳର ନାଁ ଓ ଚିହ୍ନ କୁ ସିନ୍ଦେ ଗୋଷ୍ଠୀ ବ୍ୟବହାର କରିବା ନେଇ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଠାକରେ ଗୋଷ୍ଠୀ । ଏଥିସହିତ ମାମଲାର ଶୀଘ୍ର ଶୁଣାଣି କରିବାକୁ ଠାକରେ ଗୋଷ୍ଠୀ ପକ୍ଷରୁ ନିବେଦନ କରାଯାଇଥିଲା । ଏହା ପରେ ଏହି ମାମଲାରେ ଆସନ୍ତା କାଲି ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱ ଦଳକୁ "ଶିବସେନା" ନାୀ ଏବଂ ନିର୍ବାଚନୀ ଚିହ୍ନ "ଧନୁ ଏବଂ ତୀର" ଦେବା ନେଇ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଠାକରେ ଗୋଷ୍ଠୀ ଆବେଦନ କରିଛନ୍ତି । ଏହି ମାମଲାରା ସୁପ୍ରିମକୋର୍ଟ କହିଛନ୍ତି ଯେ ଆସନ୍ତାକାଲି (ବୁଧବାର) ଅପରାହ୍ନ 3.30 ମିନିଟରେ ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଦ୍ୱାରା ନିର୍ବାଚନ ପ୍ରତୀକ "ଧନୁ ଏବଂ ତୀର" ଉପରେ ଚ୍ୟାଲେଞ୍ଜ ହୋଇଥିବା ଏକ ପିଟିସନର ଶୁଣାଣି ହେବ ।

ବରିଷ୍ଠ ଆଡଭୋକେଟ କପିଲ ସିବଲ, ଉଦ୍ଧବ ଠାକରେ ପକ୍ଷରୁ ହାଜର ହୋଇ କହିଛନ୍ତି, "ଯଦି ନିର୍ବାଚନ କମିଶନଙ୍କ ଆଦେଶ ସ୍ଥଗିତ ନହୁଏ, ତେବେ ସେମାନେ ଚିହ୍ନ, ବ୍ୟାଙ୍କ ଆକାଉଣ୍ଟ ଅକ୍ତିଆର କରିନେବେ । ତେଣୁ ଏହି ମାମଲାକୁ ଶୀଘ୍ର ଶୁଣାଣି କରିବାକୁ ତାଲିକାଭୁକ୍ତ କରାଯାଉ ।"

ଏହି ସମୟରେ, ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି, "ଆମେ ସମ୍ବିଧାନ ବେଞ୍ଚକୁ ବ୍ୟାଘାତ କରିବା ଉଚିତ୍ ନୁହେଁ । ଆମକୁ ଏହି ବିଷୟ ପଢିବା ଆବଶ୍ୟକ । ଆସନ୍ତାକାଲି ଶୁଣାଣି ହେବ ।" ତେବେ ବରିଷ୍ଠ ଓକିଲ ଏନ.କେ କୌଲ ପ୍ରଶ୍ନ କରିଛନ୍ତି ଯେ ହାଇକୋର୍ଟ ଯିବା ପରିବର୍ତ୍ତେ କାହିଁକି ସୁପ୍ରିମକୋର୍ଟରେ ମାମଲା ଆସିଛି ? ପ୍ରଧାନ ବିଚାରପତି କହିଛନ୍ତି, "ଆସନ୍ତାକାଲି ଅପରାହ୍ନ 30.30 ରେ ଆମେ ଏହାର ସୁଣାଣି କରିବୁ । ଆମେ ଅନ୍ୟ ସହକର୍ମୀଙ୍କୁ ଅଟକାଇବାକୁ ଚାହୁଁ ନାହୁଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+