Get Updates
Get notified of breaking news, exclusive insights, and must-see stories!

ଅତିକ୍-ଅଶରଫ ହତ୍ୟାକାଣ୍ଡ : ସ୍ୱତନ୍ତ୍ର ଯାଞ୍ଚ ଆବେଦନ ଉପରେ ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମ କୋର୍ଟ

supreme court

ନୂଆଦିଲ୍ଲୀ : ନିକଟରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ମାଫିଆ ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅଶରଫକୁ ହତ୍ୟା କରାଯାଇଥିଲା । ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । କୋର୍ଟ ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଗଠନ ପାଇଁ ଏହି ଆବେଦନରେ ଦାବି କରାଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅପ୍ରେଲ 28 ତାରିଖକୁ ଧାର୍ଯ୍ୟ କରାଯାଇଥଛି ।

ଏହି ଆବେଦନ ଆଡଭୋକେଟ୍ ବିଶାଲ ତିୱାରୀ ଦାଖଲ କରିଛନ୍ତି । ସେ କହିଛନ୍ତି ଯେ ଯୋଗୀ ୟୁପିରେ କ୍ଷମତାକୁ ଆସିବା ପରେ 183 ଟି ଏନକାଉଣ୍ଟର ହୋଇଛି । ଏହା ବ୍ୟତୀତ ଅତିକ୍-ଅଶରଫଙ୍କ ହତ୍ୟା ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସମଗ୍ର ଘଟଣାର ଯାଞ୍ଚ କରାଯିବା ଉଚିତ୍ ।

ଆପଣଙ୍କୁ କହି ରଖୁଛୁ ହତ୍ୟା ପରେ ସିଏମ୍ ଯୋଗୀ ଆଦିତ୍ୟନାଥ ଅନେକ ରାଉଣ୍ଡ ବୈଠକ କରିଥିଲେ । ଯେଉଁଥିରେ ପ୍ରଥମେ ଏହି ମାମଲାର ଅନୁସନ୍ଧାନ ପାଇଁ ଏକ ନ୍ୟାୟିକ କମିଶନ ଗଠନ କରାଯାଇଥିଲା । ଏହା ବ୍ୟତୀତ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ମଧ୍ୟ ଏହାର ଅନୁସନ୍ଧାନ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+