Get Updates
Get notified of breaking news, exclusive insights, and must-see stories!

ହିଣ୍ଡେନବର୍ଗ ରିପୋର୍ଟ ଉପରେ କଂଗ୍ରେସ ନେତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି

କଂଗ୍ରେସ ନେତା ଡକ୍ଟର ଜୟା ଠାକୁର ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଯାହା ଉପରେ କୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଫେବୃଆରୀ 17 ପାଇଁ ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।

supreme court

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ସଂସଦରୁ ନେଇ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକ ନିବେଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ସଂସଦର ବଜେଟ୍ ଅଧିବେଶନରେ ବିରୋଦୀ ମିଳିତ ଭାବେ ମୋଦୀ ସରକାରକୁ ଘେରିବା ସହ JPC ତଦନ୍ତ ଦାବି କରିଥିଲେ । ବାରମ୍ବାର ଏହି ପ୍ରସଙ୍ଗରେ ଉଭୟ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଏହି ସମୟରେ କଂଗ୍ରେସ ନେତା ଡକ୍ଟର ଜୟା ଠାକୁର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଯାହା ଉପରେ କୋର୍ଟ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଫେବୃଆରୀ 17 ପାଇଁ ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଡକ୍ଟର ଜୟା ଠାକୁର ତାଙ୍କ ଆବେଦନରେ ହିଣ୍ଡେନବର୍ଗ ରିପୋର୍ଟକୁ ଦର୍ଶାଇ ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ଦାବି କରିଛନ୍ତି ।

ଏହି ମାମଲାକୁ ଜରୁରୀ ତାଲିକାଭୁକ୍ତ କରିବା ପାଇଁ ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ପରେ ମୁଖ୍ୟ ବିଚାରପତି 24 ଫେବୃଆରୀ କୁ ତାରିଖ ଦେଇଥିଲେ, କିନ୍ତୁ ଆବେଦନକାରୀଙ୍କ ପରାମର୍ଶଦାତା କୋର୍ଟଙ୍କୁ କହିଛନ୍ତି ଯେ ଅନ୍ୟ ଦୁଇଟି ସମାନ ମାମଲାର ମଧ୍ୟ ବିଚାରଧୀନ ରହିଛି, ଯାହା 17 ଫେବୃଆରୀରେ ଶୁଣାଣି ହେବ । ଏହା ପରେ ପ୍ରଧାନ ବିଚାରପତି ଏହି ଆବେଜନକୁ ଅନ୍ୟ ମାମଲା ସହ ଟ୍ୟାଗ୍ କରି ଫେବୃଆରୀ 17 ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଆବେଦନକାରୀ ତାଙ୍କ ଆବେଦନରେ କହିଛନ୍ତି ଯେ ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଦାନୀ ଏଣ୍ଟରପ୍ରାଇଜେସ୍ ର FPO ରେ ସେୟାର ପିଛା 3,200 ଟଙ୍କା ବିନିଯୋଗ କରିଥିବାବେଳେ ଦଳୀୟ ବଜାରରେ ଷ୍ଟକ୍ ପ୍ରାୟ 1800 ଟଙ୍କା ଥିଲା । ଏଭଳି ପରିସ୍ଥିତିରେ ତାଙ୍କର ଭୂମିକା ଅନୁସନ୍ଧାନ କରାଯିବା ଉଚିତ୍ । ସେ ଅଭିଯୋଗ କରିଛନ୍ତି ଯେ ଗୌତମ ଆଦାନୀ ଏବଂ ତାଙ୍କ ସହଯୋଗୀମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ଜନସାଧାରଣଙ୍କ ଟଙ୍କା ଲୁଟି ନେଇଛନ୍ତି । ଆବେଦନକାରୀ ସିବିଆଇ, ଇଡି, ଡିଆରଆଇ, ସେବି, ଆରବିଆଇ, SFIO ଇତ୍ୟାଦି ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଅନୁସନ୍ଧାନ ଲୋଡିଛନ୍ତି ।

ଆଦାନୀ-ହିଣ୍ଡେନବର୍ଗ ମାମଲା ସମ୍ପର୍କରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇ ସମସ୍ତ ତଥ୍ୟକୁ ବେଞ୍ଚ ସମ୍ମୁଖରେ ରଖିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ଗଠନ ହୁଏ ତେବେ ସରକାରଙ୍କର କୌଣସି ଆପତ୍ତି ନାହିଁ । ଅର୍ଥାତ୍ ସରକାର ଏହି କମିଟି ଗଠନ କରିବାକୁ ରାଜି ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+