Get Updates
Get notified of breaking news, exclusive insights, and must-see stories!

ମୋର୍ବି ପୋଲ ଦୁର୍ଘଟଣାରେ ଜମସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମ କୋର୍ଟ

ଗୁଜୁରାଟର ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ହୋଇଥିବା ଆବେଦନର ଶୁଣାଣି କରିବେ ସୁପ୍ରିମ କୋର୍ଟ । ଆସନ୍ତା 14 ତାରିଖରେ ଏହାର ଶୁଣାଣି ହେବ । ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ନୂଆଦିଲ୍ଲୀ : ଗୁଜୁରାଟର ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ହୋଇଥିବା ଆବେଦନର ଶୁଣାଣି କରିବେ ସୁପ୍ରିମ କୋର୍ଟ । ଆସନ୍ତା 14 ତାରିଖରେ ଏହାର ଶୁଣାଣି ହେବ । ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

supreme court

ବ୍ରିଜ ଦୁର୍ଘଟଣା ସମ୍ପର୍କରେ ଏସଆଇଟି ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟର ଓକିଲ ବିଶାଲ ତିୱାରୀ ମୋର୍ବି ବ୍ରିଜ ଦୁର୍ଘଟଣା ସମ୍ପର୍କରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏସଆଇଟି ଗଠନ କରି ତଦନ୍ତ କରିବାକୁ ଆବେଦନରେ ଦାବି କରାଯାଇଛି । ଭବିଷ୍ୟତରେ ଏପରି ଅଘଟଣକୁ ଏଡ଼ାଇବା, ସତର୍କତା ଅବଲମ୍ବନ କରିବା, ସମସ୍ତ ପୁରୁଣା ବ୍ରିଜ୍ କିମ୍ବା ଐତିହାସିକ ଐତିହ୍ୟ, ବିପଦପୂର୍ଣ୍ଣ ସ୍ମାରକୀ, ବ୍ରିଜ୍ ସମଗ୍ର ଦେଶରେ ଯାଞ୍ଚ କରାଯାଉ ବୋଲି ମଧ୍ୟ ଆବେଦନରେ ଦାବି କରାଯାଇଛି । ଏହି ସମୟରେ, ଏହି ସ୍ଥାନଗୁଡିକରେ ଭିଡ଼ ପରିଚାଳନା ପାଇଁ ଏକ ପୃଥକ ନିୟମ କରାଯିବା ଉଚିତ୍ ।

ପୋଲ ଭୁଶୁଡ଼ିବା ଯୋଗୁଁ 141 ଜଣଙ୍କ ପ୍ରାଣହାନି ପଛରେ ଠିକା ସଂସ୍ଥାର ଅବହେଳା ଦାୟୀ ବୋଲି କୁହାଯାଉଛି । ପୋଲର ରକ୍ଷଣାବେକ୍ଷଣ, ମରାମତି ପାଇଁ ଓରେଭା କମ୍ପାନୀ ସହ ଚୁକ୍ତି କରିଥିଲା ମୋର୍ବି ପୌର ସଂସ୍ଥା । 2037 ପର୍ଯ୍ୟନ୍ତ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଓରେଭା ଉପରେ ନ୍ୟସ୍ତ ଥିଲା । 7 ମାସ ଧରି ବ୍ରିଜ ମରାମତି କାମ ଚାଲିଥିବାରୁ ଏହାକୁ ବନ୍ଦ ରଖାଯାଇଥିଲା । ହେଲେ ଗତ 5 ଦିନ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଏହବା ଖୋଲି ଦିଆଯାଇଥିଲା । କିନ୍ତୁ ଏହା କାର୍ଯ୍ୟକ୍ଷମ କରିବା ନେଇ କମ୍ପାନୀକୁ ଫିଟନେସ୍ ପ୍ରମାଣପତ୍ର ମିଳି ନଥିବା ସତ୍ତ୍ୱେ ପୋଲ ଜନସାଧାରଣଙ୍କ ପାଇଁ ଖୋଲାଯିବା ଚରମ ଅବହେଳାକୁ ଦର୍ଶାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+