Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟରେ ପହଞ୍ଚିଲା ଆଦାନୀ ଗ୍ରୁପ୍‌ ମାମଲା, ଆସନ୍ତାକାଲି ହେବ ଶୁଣାଣି

ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍‌ର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ପୂରା ମାମଲାରେ ଆଉ ଏକ ପିଆଇଏଲ ଦାଖଲ କରାଯାଇଛି ।

Sc - Adani

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଉପରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସେୟାର ମୂଲ୍ୟ ହ୍ରାସ ପାଇବା ସହ ସମଗ୍ର ଦେଶରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ସଂସଦ ଠାରୁ ଆରମ୍ଭ କରି ସୋଶାଲ ମିଡିଆ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆଦାନୀ ଗ୍ରୁପ୍ ବିଷୟରେ ଆଲୋଚନା ହେଉଛି । ଏହି ସମୟ ମଧ୍ୟରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟର ଯାଞ୍ଚ ସଂପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଚି । ଏହି ଆବେଦନ ଉପରେ ଶୁକ୍ରବାର କୋର୍ଟ ଶୁଣାଣି କରିବେ ।

ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍‌ର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ପୂରା ମାମଲାରେ ଆଉ ଏକ ପିଆଇଏଲ ଦାଖଲ କରାଯାଇଛି । ଆବେଜନକୁ ଜରୁରୀ ତାଲିକାଭୁକ୍ତ ପାଇଁ ଆବେଦନକାରୀ ଆଡଭୋକେଟ୍ ବିଶାଲ ତିୱାରୀ ଗୁରୁବାର ଦିନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜେ.ବି ପାର୍ଡିୱାଲାଙ୍କ ଆଗରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି ।

ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ହିଣ୍ଡେନବର୍ଗ ରିପୋର୍ଟର ଯାଞ୍ଚ କରାଯିବାକୁ ଆବେଦନରେ ଦାବି କରାଯାଇଚି । ଏହା ସହିତ ଆବେଦନରେ କୁହାଯାଇଛି ଯେ ଏଥିପାଇଁ ଏକ କମିଟି ଗଠନ ପାଇଁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ । ପ୍ରଧାନ ବିଚାରପତି ଏହି ସମସ୍ୟା କ'ଣ ବୋଲି ପଚାରିବାରୁ ଓକିଲ ବିଶାଲ ତିୱାରୀ କହିଛନ୍ତି, "ଆସନ୍ତାକାଲି ମଧ୍ୟ ଏଭଳି ଏକ ଆବେଦନ ଆସୁଛି । ଏହା ହିଣ୍ଡେନବର୍ଗ ରିପୋର୍ଟ ସହ ଜଡିତ ଯାହା ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି ।" ଆସନ୍ତାକାଲି ଅନ୍ୟ ବିଷୟ ସହିତ ଏହା ମଧ୍ୟ ଶୁଣାଣି ହୋଇପାରେ ।"

ପ୍ରଧାନ ବିଚାରପତି ଏହି ଅନୁରୋଧରେ ରାଜି ହୋଇଥିଲେ ଏବଂ ଶୁକ୍ରବାର (ଫେବୃଆରୀ 10) ରେ ତାଲିକାଭୁକ୍ତ କରି ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+