ବିଲକିସ୍ ବାନୋ ମାମଲାର ପୁନଃବିଚାର ଶୀଘ୍ର ଶୁଣାଣି ପାଇଁ ପ୍ରସ୍ତୁତ ସୁପ୍ରିମକୋର୍ଟ
ବିଲକିସ୍ ବାନୋ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ 11 ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ବିରୋଧରେ ବିଲକିସ୍ ବାନୋ ସମୀକ୍ଷା ଆବେଦନ କରିଥିଲେ । ବର୍ତ୍ତମାନ ବିଲକିସ୍ ବାନୋଙ୍କ ଏହି ଆବେଦନର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ।
ନୂଆଦିଲ୍ଲୀ: ବିଲକିସ୍ ବାନୋ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ 11 ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ବିରୋଧରେ ବିଲକିସ୍ ବାନୋ ସମୀକ୍ଷା ଆବେଦନ କରିଥିଲେ । ବର୍ତ୍ତମାନ ବିଲକିସ୍ ବାନୋଙ୍କ ଏହି ଆବେଦନର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ 11 ଜଣ ଦୋଷୀଙ୍କୁ କ୍ଷମା ଦେବା ଆଦେଶର ସମୀକ୍ଷା କରିବାକୁ ବିଲକିସ୍ ବାନୋଙ୍କ ଆବେଦନକୁ ତାଲିକାଭୁକ୍ତ କରିବାକୁ ଏହା ଖୁବ ଶୀଘ୍ର ବିଚାର କରିବ ।

ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ପିଏସ୍ ନରସିହ୍ମା ଏବଂ ଦୀପାଙ୍କର ଦତ୍ତାଙ୍କୁ ନେଇ ଗଠିତ ଏକ ବେଞ୍ଚ ସୋମବାର ବିଲକିସ୍ ବାନୋଙ୍କ ଓକିଲ ଶୋଭା ଗୁପ୍ତାଙ୍କ ଦାଖଲ ଉପରେ ନୋଟିସ୍ କରିଛି ଯେ ଏହି ସମୀକ୍ଷା ଆବେଦନ ଏପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇନାହିଁ । ଏ ନେଇ ସିଜେଆଇ କହିଛନ୍ତି ଯେ ସେ ଶୀଘ୍ର ଆବେଦନପତ୍ର ତାଲିକାଭୁକ୍ତ କରିବେ ଏବଂ ତାରିଖ ସ୍ଥିର କରିବେ । ସେ ଏହାର ଅନୁସନ୍ଧାନ କରିବେ ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଓକିଲଙ୍କୁ କହିଛନ୍ତି ଯେ ଏହି ଆବେଦନ ସର୍କୁଲାରରେ ଆସିବ । ମୁଁ ଶୀଘ୍ର ଏହାକୁ ତାରିଖ ଦେବି । ଏକ ତାରିଖ ଅଛି, ମୁଁ ଯାଞ୍ଚ କରିବି । ଏହା ଉପରେ ଓକିଲ କହିଛନ୍ତି ଯେ ସମ୍ଭାବିତ ତାରିଖ ଡିସେମ୍ବର 5 ଦର୍ଶାଯାଇଥିଲା । ପ୍ରକ୍ରିୟା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ପୁନଃବିଚାର ଆବେଦନଗୁଡିକର ମାମଲା ସେହି ସମୀକ୍ଷା ବୈଠକରେ ଥିବା ସଦସ୍ୟଙ୍କ ସର୍କୁଲାର ଆଧାରରେ କରାଯାଇଥାଏ ।
ସୁପ୍ରିମକୋର୍ଟଙ୍କ ମେ 13 ଆଦେଶ ବିରୁଦ୍ଧରେ ବିଲକିସ୍ ଏକ ପିଟିସନ ଦାଖଲ କରିଛନ୍ତି । ଗୁଜୁରାଟ ସରକାର 1992 ଛାଡ ନିୟମ ଲାଗୁ କରି ଦୋଷୀମାନଙ୍କୁ ମୁକ୍ତ କରିଥିଲେ ।
ଉଲ୍ଲେଖଯୋଗ୍ୟ, 2002 ମସିହାରେ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣ ଦୁଷ୍କର୍ମ କରିବା ସହ ତାଙ୍କ ପରିବାରର 7 ଜଣଙ୍କୁ ହତ୍ୟା ମାମଲାରେ 11 ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଥିଲା । ଏହି ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ଲୋକମାନେ ଗୁଜରାଟ ସରକାର ଏବଂ ଗୃହ ମନ୍ତ୍ରଣାଳୟକୁ ତୀବ୍ର ସମାଲୋଚନା କରିଥିଲେ ।












Click it and Unblock the Notifications