Get Updates
Get notified of breaking news, exclusive insights, and must-see stories!

'ଦେଶଦ୍ରୋହ ଆଇନ' ଉପରେ ପୁନଃ ସମୀକ୍ଷା କରୁଛନ୍ତି କେନ୍ଦ୍ର ସରକାର, ଜବାବ ପାଇବା ପରେ ଶୁଣାଣି ସ୍ଥଗିତ କଲେ ସୁପ୍ରିମକୋର୍ଟ

supreme court

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି 'ଦେଶଦ୍ରୋହ ଆଇନ'ରେ ପରିବର୍ତ୍ତନ ପାଇଁ ଦାବି ହୋଇଆସୁଛି । ଏପରିକି ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା । ଏହା ଉପରେ କେନ୍ଦ୍ର ସରକାର କହିଛନ୍ତି ଯେ 'ଦେଶଦ୍ରୋହ ଆଇନ'ର ଦଣ୍ଡବିଧାନ ବ୍ୟବସ୍ଥା ଉପରେ ପୁନର୍ବିଚାର କରୁଛନ୍ତି । ଏହି ପ୍ରକ୍ରିୟା ଉନ୍ନତ ପର୍ଯ୍ୟାୟରେ ଅଛି । ଏହା ପରେ ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ସ୍ଥଗିତ ରଖିଛନ୍ତି ।

ଏହି ଆଇନ ସମ୍ପର୍କରେ ସୁପ୍ରିମକୋର୍ଟରେ 16 ଟି ଆବେଦନ କରାଯାଇଛି । ଯେଉଁଥିରେ ଦଣ୍ଡବିଧାନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା । ସୋମବାର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ଜେବୀ ପର୍ଦୀୱାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ବେଞ୍ଚକୁ କହିଛନ୍ତି ଯେ ସରକାର ଭାରତୀୟ ଦଣ୍ଡବିଧି ଆଇନର ଧାରା 124A ପୁନଃ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଭେଙ୍କଟରମଣୀ କହିଛନ୍ତି ଯେ ପରାମର୍ଶ ପ୍ରକ୍ରିୟା ଉନ୍ନତ ପର୍ଯ୍ୟାୟରେ ଅଛି ଏବଂ ଏହା ସଂସଦ ଯିବା ପୂର୍ବରୁ ତାଙ୍କୁ ଦେଖାଯିବ । ମୌସୁମୀ ଅଧିବେଶନ ପରେ ଏହାର ଶୁଣାଣି ପାଇଁ ସେ ବେଞ୍ଚକୁ ଅନୁରୋଧ କରିଛନ୍ତି । କିନ୍ତୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶୁଣାଣି ପାଇଁ ବେଞ୍ଚ ଏହି ମାମଲାକୁ ସ୍ଥଗିତ କରିଛନ୍ତି ।

ଅନ୍ୟପକ୍ଷରେ ବରିଷ୍ଠ ଓକିଲ ଗୋପାଳ ସଙ୍କନାରାୟଣନ ଆରମ୍ଭରୁ ଏହି ସମସ୍ୟାର ସମାଧାନ ପାଇଁ ସାତଜଣିଆ ଖଣ୍ଡପୀଠ ଗଠନ କରିବାକୁ ବେଞ୍ଚ ନିକଟରେ ଦାବି କରିଥିଲେ । ଏହା ଉପରେ ବେଞ୍ଚ କହିଛନ୍ତି ଯେ ଯଦି ଏହି ମାମଲା 7 ଜଣ ବିଚାରପତିଙ୍କ ନିକଟକୁ ଯିବାକୁ ପଡେ, ତେବେ ପ୍ରଥମେ ଏହାକୁ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ମୁଖରେ ରଖିବାକୁ ପଡ଼ିବ ।

ଆପଣଙ୍କୁ କହି ରଖୁଛୁ ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ଆଇନ ଉପରେ ରୋକ୍ ଲଗାଇଛନ୍ତି । ଗତ ବର୍ଷ ଏ ବାବଦରେ ନିର୍ଦ୍ଦେଶ ଜାରି କରି କୋର୍ଟ ଏହାର ସମୀକ୍ଷା ପାଇଁ ସମୟ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଏହି ଆଇନ ଅନୁଯାୟୀ ଗିରଫଦାରୀକରାଯାଉ ନାହିଁ ।

କଣ ରହିଛି ଦେଶଦ୍ରୋହ ଆଇନ

ଆଇପିସିର ଧାରା 124A ରେ ଦେଶଦ୍ରୋହ ଉଲ୍ଲେଖ ରହିଛି । ଏହା ଅଧୀନରେ, ଯଦି ଜଣେ ବ୍ୟକ୍ତି ସରକାରଙ୍କ ବିରୁଦ୍ଧରେ କିଛି ଲେଖନ୍ତି କିମ୍ବା କୁହନ୍ତି, କିମ୍ବା ଯଦି ସେ ଜାତୀୟ ପ୍ରତୀକ ଏବଂ ସମ୍ବିଧାନକୁ ଅପମାନିତ କରନ୍ତି, ତେବେ ଧାରା 124A ଅଧୀନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ । ସରକାର ଏହାର ଅପବ୍ୟବହାର କରୁଛନ୍ତି ବୋଲି ଆବେଦନକାରୀମାନେ ଅଭିଯୋଗ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+