Get Updates
Get notified of breaking news, exclusive insights, and must-see stories!

ଲକ୍ଷ୍ମୀପୁର ଖେରୀ ମାମଲା : ଆଶିଷ ମିଶ୍ରଙ୍କ ଜାମିନ ବାତିଲ ଆବେଦନକୁ ଗ୍ରହଣ କଲେ ସୁପ୍ରିମ କୋର୍ଟ, ମାର୍ଚ୍ଚ 11 ରେ ଶୁଣାଣି

ଲକ୍ଷ୍ମୀପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରିଙ୍କ ଜାମିନ ବାତିଲ କରିବାକୁ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ମାର୍ଚ୍ଚ 11 ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରିଙ୍କ ଜାମିନ ବାତିଲ କରିବାକୁ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ମାର୍ଚ୍ଚ 11 ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟ ଏହି ମାମଲାକୁ ସଂଲଗ୍ନ କରିଛନ୍ତି ବୋଲି ଆହ୍ଲାବାଦ ହାଇକୋର୍ଟଙ୍କୁ ଜଣାଇବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି । ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି । ଯାହା ବିରୋଧରେ ପୀଡିତଙ୍କ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବାକୁ ପରିବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

supreme court of India

ଆପଣଙ୍କୁ କହିରଖୁଛୁ ଯେ, ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କରିଥିବା ମାମଲାରେ ପ୍ରାୟ ଚାରିମାସ ଜେଲରେ ଥିଲେ । ନିକଟରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଆଶିଷ ମିଶ୍ରଙ୍କ ଜାମିନକୁ ବାତିଲ କରିବା ଏବଂ ତାଙ୍କୁ ଜାମିନ ପ୍ରଦାନ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଆବଦନ କରାଯାଇଛି । ଆବେଦନକାରୀ ଶିବ କୁମାର ତ୍ରିପାଠୀ ଏବଂ ସିଏସ ପଣ୍ଡା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କହିଛନ୍ତି ଅଭିଯୁକ୍ତମାନେ ମୁକ୍ତ ଭାବରେ ବୁଲୁଥିବା ଅଭିଯୁକ୍ତଙ୍କ ଦ୍ୱାରା ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଛି । ସାକ୍ଷୀ, କୃଷକ ଏବଂ ପୀଡିତଙ୍କ ପରିବାର ପ୍ରତି ବିପଦରେ ଅଛି । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଧାରଣା ଉପରେ ଆଧାରିତ ।

ଲକ୍ଷ୍ମୀପୁର ଖେରୀ ମାମଲାରେ ଏସଆଇଟି ପ୍ରାୟ ପାଞ୍ଚ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ଏହି ଚାର୍ଜସିଟରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଛି । କେବଳ ଏତିକି ନୁହେଁ ଅଜୟ ମିଶ୍ରଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ବିରେନ୍ଦ୍ର ଶୁକ୍ଲାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା । ଏହାର ଅନୁସନ୍ଧାନରେ ଏସଆଇଟି ଆଶିଷ ମିଶ୍ରଙ୍କ ଲକ୍ଷ୍ମୀପୁର ହିଂସାରେ ବନ୍ଧୁକରୁ ଗୁଳି ଚଳାଇଥିବାର ନିଶ୍ଚିତ କରିଛି । ଆଶିଷ ମିଶ୍ରଙ୍କ ରିଭଲଭର ଏବଂ ରାଇଫଲରୁ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଚାର୍ଜସିଟରେ ଆଶିଷ ମିଶ୍ର ଏବଂ ଅଙ୍କିତ ଦାସଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇବା ବିଷୟରେ ଏସଆଇଟି ଉଲ୍ଲେଖ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+