Get Updates
Get notified of breaking news, exclusive insights, and must-see stories!

ଦେଶକୁ ମିଳିବ ପ୍ରଥମ ସମଲିଙ୍ଗୀ ବିଚାରପତି, ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ୍

ଦେଶକୁ ମିଳିପାରେ ସମଲିଙ୍ଗୀ ବିଚାରପତି । ବରିଷ୍ଠ ଓକିଲ ସୌରଭ କୃପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଜଜ୍ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି ।

ନୂଆଦିଲ୍ଲୀ : ଦେଶକୁ ମିଳିପାରେ ସମଲିଙ୍ଗୀ ବିଚାରପତି । ବରିଷ୍ଠ ଓକିଲ ସୌରଭ କୃପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଜଜ୍ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କ ଅଧ୍ୟକ୍ଷତାରେ କଲେଜିୟମ ନଭେମ୍ବର 11 ତାରିଖରେ ହୋଇଥିବା ବୈଠକରେ କେନ୍ଦ୍ରକୁ ଏହି ସୁପାରିଶ ପଠାଇଛନ୍ତି । କଲେଜିୟମ ଏହା ପୂର୍ବରୁ ବି 4 ଥର ସୌରଭ କୃପାଲଙ୍କୁ ଜଜ୍ ଭାବେ ନିଯୁକ୍ତି କରିବାକୁ କେନ୍ଦ୍ରକୁ ସୁପାରିଶ କରିଥିଲେ, ହେଲେ କେନ୍ଦ୍ର ଏହା ଉପରେ ଅଭିଯୋଗ ଆଣି ସୁପାରିଶକୁ ଖାରଜ କରିଦେଇଥିଲେ । ସୌରଭଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସମସ୍ତ ପ୍ରକ୍ରିୟା ଶେଷ କରିବା ସକାଶେ ଗତ ମାର୍ଚ୍ଚରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କେନ୍ଦ୍ର ସରକାରଙ୍କୁ କହିଥିଲେ ।

saurabh kirpal

ପୂର୍ବରୁ ଗତ 2017 ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ କଲେଜିୟମ ସୌରଭଙ୍କ ନିଯୁକ୍ତି ଲାଗି ସହମତି ଭିତ୍ତିରେ ସୁପାରିସ କରାଯାଇଥିଲା । ଚତୁର୍ଥ ଥର ଲାଗି ସୌରଭଙ୍କ ସଂକ୍ରାନ୍ତ ନିଷ୍ପତ୍ତି ଚୂଡାନ୍ତ ଅବସ୍ଥାରେ ପହଞ୍ଚିଛି । ସୌରଭ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜର ଗ୍ରାଜୁଏଟ । ସେ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଅଣ୍ଡରଗ୍ରାଜୁଏଟ ଲ ପାସ୍ କରିବା ସହ କେମ୍ବ୍ରିଜ ୟୁନିଭର୍ସିଟିରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି ।

ତାଙ୍କର ବଳିଷ୍ଠ ଯୁକ୍ତି ଯୋଗୁ 2018 ରେ ସମ୍ବିଧାନରୁ ହଟିଥିଲା ଧାରା 377 । ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବରିଷ୍ଠ ଆଡଭୋକେଟ ଇନ୍ଦିରା ଜୟସିଂ । ଏକ ହାଇକୋର୍ଟରେ ଭାରତରେ ପ୍ରଥମ ଥର ଲାଗି ଜଣେ ସମଲିଙ୍ଗୀ ବିଚାରପତି ହେବାକୁ ଯାଉଥିବାରୁ ସେ ସୌରଭଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଚାର ବିଭାଗରେ ସାମୂହିକ ଅନ୍ତର୍ଭୁକ୍ତିର ଉଦାହରଣ ସୃଷ୍ଟି ହୋଇଛି ଏବଂ ଲିଙ୍ଗଗତ ବୈଷମ୍ୟ ଦୂର ହୋଇଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+