ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ ସଫଳ
ସଫଳ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ । ଏବେ ସେ ସୁସ୍ଥ ଅଛନ୍ତି । ଦିଲ୍ଲୀ ଏମ୍ସ୍ରେ ତାଙ୍କର ସଫଳ ସର୍ଜରୀ ହୋଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ନୂଆଦିଲ୍ଲୀ : ସଫଳ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ । ଏବେ ସେ ସୁସ୍ଥ ଅଛନ୍ତି । ଦିଲ୍ଲୀ ଏମ୍ସ୍ରେ ତାଙ୍କର ସଫଳ ସର୍ଜରୀ ହୋଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ରାଜନାଥ ସିଂ ଟ୍ୱିଟ୍ କରି ଲେଖିଛନ୍ତି, 'ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ ଦିଲ୍ଲୀ ଏମ୍ସରେ ସଫଳ ହୋଇଛି । ଏନେଇ ଏମ୍ସର ଡାକ୍ତରୀ ଦଳ ସହ କଥାବାର୍ତ୍ତା କରିଛି ।' ଏହା ସହିତ ରାଜନାଥ ସଫଳ ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରପତିଙ୍କ ଆଶଉ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟ, ଜଣେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଶୋୟୀ ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ କରିଛନ୍ତି । ଗତ 26 ତାରିଖରେ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବାଇପାସ୍ ସର୍ଜରୀ ପାଇଁ ତାଙ୍କୁ ଏମ୍ସ ହସ୍ପିଷ୍ଟାଲ ସ୍ଥାନାନ୍ତର କରାଯାଇଥିଲା । ରୁଟିନ୍ ଚେକ୍ଅପ୍ ପରେ ରାମନାଥଙ୍କର ମଙ୍ଗଳବାର ସର୍ଜରୀ କରାଯାଇଥିଲା । ସର୍ଜରୀ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ରାଜନାଥ ସିଂ ସୂଚନା ଦେଇଛନ୍ତି ।
The President of India, Shri Ramnath Kovind has undergone a successful bypass surgery at AIIMS, Delhi.
I congratulate the team of Doctors for successful operation. Spoke to Director AIIMS to enquire about Rashtrapatiji’s health. Praying for his well-being and speedy recovery.
— Rajnath Singh (@rajnathsingh) March 30, 2021
ତେବେ ଗତ 27 ତାରିଖରେ ମେଡିକାଲରେ ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଥିଲା । ସେନାର ରିସର୍ଚ୍ଚ ଓ ରେଫରାଲ୍ ହସ୍ପିଟାଲ ଏନେଇ ଶନିବାର ସୂଚନା ଦେଇଥିଲେ ।












Click it and Unblock the Notifications