20 ଟଙ୍କାରେ 80 ଟଙ୍କାର ପିଆଜ ଦେଲା ଛାତ୍ର କଂଗ୍ରେସ, କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ
ଭୁବନେଶ୍ୱର: କାର୍ତ୍ତିକ ମାସରେ ବି ପିଆଜ କିଲୋ 80 ଟଙ୍କା । ପିଆଜ ଦରରେ ନିଆଁ ଲାଗିବା ପରେ ଖାଉଟିଙ୍କ ପକେଟ୍ ଉପରେ ବୋଝ ବଢିବାରେ ଲାଗିଛି । ରୋଷେଇ ଘରେ ପଡ଼ିଛି ମହଙ୍ଗା ଭାଳେଣି । ଦର ବୃଦ୍ଧିକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଏହି ସମୟରେ ଏହାକୁ ନେଇ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ବଜାରରେ 80 ଟଙ୍କାରେ ମିଳୁଥିବା ପିଆଜକୁ 20 ଟଙ୍କାରେ ବିକ୍ରି କରୁଛି ଛାତ୍ର କଂଗ୍ରେସ । ପିଆଜ ଦର ବୃଦ୍ଧିକୁ ବିରୋଧ କରି ଏପରି ଅଭିନବ ପ୍ରତିବାଦ କରିଛି ରାଜ୍ୟ ଛାତ୍ର କଂଗ୍ରେସ ।
ଏହି ପିଆଜ କିଣିବାକୁ ମଧ୍ୟ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପିଆଜ ଦରବୃଦ୍ଧି ନେଇ ଛାତ୍ର କଂଗ୍ରେସ ପକ୍ଷରୁ କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ କରା ଯାଇଛି । ପିଆଜ ଦର ନିୟନ୍ତ୍ରଣ ଏବଂ କଳାବଜାରୀ ରୋକିବାରେ ସରକାର ଫେଲ ମାରିଥିବା ଅଭିଯୋଗ କରିଛି ଦଳ । ଭୁବନେଶ୍ୱରର ପ୍ରଶାନ୍ତି ବିହାର ଚିରଗାଲଟୋଲା ବସ୍ତିରେ ପିଆଜ ବଣ୍ଟନ କରାଯାଉଛି । ପ୍ରତି ଲୋକଙ୍କୁ 2 କେଜି ହିସାବରେ ପିଆଜ ଦିଆଯାଉଛି । ଏଠାରେ ମଧ୍ୟ ପିଆଜ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି ।

ରାଜ୍ୟ ସରକାର ପିଆଜ ପାଇଁ କାହିଁକି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ? ରାଜ୍ୟ ସରକାର କାହିଁକି ରାଜ୍ୟରେ ଶୀତଳ ଭଣ୍ଡାର କରୁନାହାଁନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଅପରପକ୍ଷରେ ଏନେଇ କେନ୍ଦ୍ରକୁ ଦାୟୀ କରିଛି ବିଜେଡି । ଦର ନିୟନ୍ତ୍ରଣ କରିବା ଦାୟିତ୍ୱ ହେଉଛି କେନ୍ଦ୍ରର ବୋଲି ବିଜେଡି କହିଛି । ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ନେଇ କୁହାଯାଉଛି । ବର୍ତ୍ତମାନ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ୍ ପିଆଜ ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍ କୁ ନଳିତା ଉପରେ ବୋଝ ସୃଦୃଶ ହୋଇଛି ।
ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି । ଏପଟେ ପିଆଜ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଥିବା ବେଳେ ସେପଟେ ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications