ମୁଜାଫରନଗରର ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼, ଦୋଷୀଙ୍କୁ ଧରିବାକୁ ଗଠନ ହେଲା ଆରପିଏଫ ଟିମ୍
ଲକ୍ଷ୍ନୌ : ବନ୍ଦେ ଭାରତ ଟ୍ରେନ ଉପରକୁ ପୁଣି ପଥର ମାଡ଼ ହୋଇଛି । ଉତ୍ତରପ୍ରଦେଶର ମୁଜାଫରନଗର ଷ୍ଟେସନରୁ ଏଭଳି ଘଟଣାର ଖବର ସାମ୍ନାକୁ ଆସିଛି । ଏହି ଷ୍ଟେସନରେ ବନ୍ଦେ ଭାରତ ଉପରକୁ ପଥର ମାଡ଼ ହୋଇଛି । କେହି ଆହତ ହୋଇ ନଥିବା ନେଇ ରେଳବାଇ କହିଛି ।

ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ ରେଳବାଇ କହିଛି ଯେ ଦିଲ୍ଲୀ-ଦେହରାଡୁନ୍ ରୁଟ୍ ରେ ମୁଜାଫରନଗର ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସର E1 କୋଚ ଉପରକୁ ପଥର ମାଡ଼ ହୋଇଥିବା ସମ୍ପର୍କରେ ସୂଚନା ରହିଛି । ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ।
ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରଶ୍ନରେ ରେଳବାଇ କହିଛି ଯେ ପଥର ଫିଙ୍ଗିଥିବା ଦୋଷୀଙ୍କୁ ଧରିବା ପାଇଁ ଦିଲ୍ଲୀ ଡିଭିଜନ ରେଳ ପୋଲିସ ଫୋର୍ସ (ଆରପିଏଫ) ନିୟୋଜିତ କରିଛି ।
ଉଲ୍ଲେଖନୀୟ କଥା ହେଉଛି, ବନ୍ଦେ ଭାରତ ଟ୍ରେନ୍ ଉପରେ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ । ଅତୀତରେ ମଧ୍ୟ ଭାରତର ଦ୍ରୁତତମ ସ୍ୱଦେଶୀ ଟ୍ରେନ୍ ବନ୍ଦେ ଭାରତ ଉପରକୁ ପଥ ଫିଙ୍ଗିବା ଖବର ଆସିଛି ।
ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ, 2023 ମସିହାରେ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବାର ଏହା ହେଉଛି ସପ୍ତମ ଘଟଣା ।












Click it and Unblock the Notifications