ଯଦି ଘରୋଇ ବିଦ୍ୟାଳୟଗୁଡିକ କ୍ଷମା ନକରନ୍ତି, ତେବେ ରାଜ୍ୟ କରୋନାରେ ଅନାଥ ପିଲାଙ୍କ ଦେୟ ପ୍ରଦାନ କରିବା ଉଚିତ୍ : ସୁପ୍ରିମ କୋର୍ଟ

ପିଲାମାନଙ୍କର ଶିକ୍ଷା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ଯଦି ଘରୋଇ ବିଦ୍ୟାଳୟଗୁଡ଼ିକ ଏହି ପିଲାମାନଙ୍କର ଫି ଛାଡ କରୁ ନାହାଁନ୍ତି, ତା'ହେଲେ ରାଜ୍ୟ ସେମାନଙ୍କ ସ୍କୁଲ ଫି ଭାର ବହନ କରିବେ ।

ନୂଆଦିଲ୍ଲୀ : ମାର୍ଚ୍ଚ 2020 ରେ COVID ମହାମାରୀ ଆରମ୍ଭରୁ ଅନେକ ପିଲା ସେମାନଙ୍କ ପିତାମାତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଛନ୍ତି । ଏହି ପିଲାମାନେ ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବାର ସଙ୍କଟ ଦେଇ ଗତି କରୁଛନ୍ତି । ଏଭଳି ପିଲାମାନଙ୍କର ଶିକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଭଳି ପିଲାମାନଙ୍କର ଶିକ୍ଷା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ଯଦି ଘରୋଇ ବିଦ୍ୟାଳୟଗୁଡ଼ିକ ଏହି ପିଲାମାନଙ୍କର ଫି ଛାଡ କରୁ ନାହାଁନ୍ତି, ତା'ହେଲେ ରାଜ୍ୟ ସେମାନଙ୍କ ସ୍କୁଲ ଫି ଭାର ବହନ କରିବେ ।

supreme court of India

କୋର୍ଟ ତାଙ୍କ ଆଦେଶରେ କହିଛନ୍ତି, "ଏପରି ପିଲାମାନଙ୍କ ପାଇଁ, ଯେଉଁମାନେ ମାର୍ଚ୍ଚ 2020 ପରେ ପିତାମାତା କିମ୍ବା ପିତାମାତାଙ୍କ ମଧ୍ୟରୁ କେହି ଜଣକୁ ହରାଇଛନ୍ତି, ରାଜ୍ୟ ସରକାର ଚଳିତ ଶିକ୍ଷାବର୍ଷ ପାଇଁ ଦେୟ ଛାଡ କରିବାକୁ ଘରୋଇ ବିଦ୍ୟାଳୟଗୁଡ଼ିକୁ କହିବେ । ଯଦି ଘରୋଇ ଅନୁଷ୍ଠାନଗୁଡିକ ଏନେଇ ରାଜି ନ ହୁଅନ୍ତି, ରାଜ୍ୟ ସରକାର ଏହି ଦେୟ ବହନ କରିବେ ।"

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ଅନିରୁଦ୍ଧ ବୋଷଙ୍କ ଏକ ବେଞ୍ଚ ଦର୍ଶାଇଛି ଯେ ସମ୍ବିଧାନର ଧାରା 21A ଅନୁଯାୟୀ ଏହିପରି ପିଲାମାନଙ୍କର ଶିକ୍ଷାକୁ ସହଜ କରିବା ରାଜ୍ୟମାନଙ୍କର କର୍ତ୍ତବ୍ୟ । ବେଞ୍ଚ କହିଛନ୍ତି ଯେ ଶିଶୁମାନଙ୍କର ଶିକ୍ଷାକୁ ସୁଗମ କରିବା ଦିଗରେ ରାଜ୍ୟମାନେ କାର୍ଯ୍ୟ କରିବା ଉଚିତ୍ ।
ଶୁଣାଣି ସମୟରେ ସୁପ୍ରିମକୋର୍ଟର ଏହି ବେଞ୍ଚ କହିଛନ୍ତି, "ସମସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ହେଉଛି ଏକ ସାମ୍ବିଧାନିକ ଅଧିକାର ଯାହା ଭାରତର ସମ୍ବିଧାନର ଧାରା 21A ନିଶ୍ଚିତ କରିଛି । ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଯୋଗାଇବା ରାଜ୍ୟର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ଏଥିରେ ଆମର କୌଣସି ସନ୍ଦେହ ନାହିଁ ।"

କେଉଁ ପିଲାମାନେ ପାଇବେ ସାହାଯ୍ୟ ?

ଏଥିସହ ବେଞ୍ଚ ସ୍ପଷ୍ଟ କରିଛି ଯେ ଏହି ସହାୟତା କେବଳ ସେହି ପିଲାମାନଙ୍କ ପାଇଁ, ଯେଉଁମାନେ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରନ୍ତି । ଯେଉଁ ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା କିମ୍ବା ରାଜ୍ୟରୁ ଆର୍ଥିକ ସହାୟତା ଆବଶ୍ୟକ ନାହିଁ ସେମାନଙ୍କୁ ଚିହ୍ନଟ କରିବାକୁ ଶିଶୁ କଲ୍ୟାଣ କମିଟି ନିର୍ଦ୍ଦେଶ ଦିଆଯାଇଛି ।

ବେଞ୍ଚ ଆହୁରି ମଧ୍ୟ କହିଛି, "ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଅନୁସନ୍ଧାନ ସମାପ୍ତ ହେବା ପରେ, CWC ସେହି ପିଲାମାନଙ୍କୁ ଚିହ୍ନଟ କରିପାରିବ ଯେଉଁମାନଙ୍କର ରାଜ୍ୟରୁ ଯତ୍ନ ଏବଂ ସୁରକ୍ଷା ତଥା ଆର୍ଥିକ ସହାୟତା ଆବଶ୍ୟକ ନାହିଁ । ଏହିପରି ପିଲାମାନଙ୍କୁ ସରକାର ଘୋଷଣା କରିଥିବା ସୁବିଧା ପ୍ରଦାନ କରିବା ଆବଶ୍ୟକ ନାହିଁ । କେବଳ ସେହି ପିଲାମାନଙ୍କ ପାଇଁ ଯେଉଁମାନେ ଆଇନ ଅନୁଯାୟୀ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରନ୍ତି, ସେମାନଙ୍କୁ ରାଜ୍ୟ ସରକାର ସାହାଯ୍ୟ କରିବେ ବୋଲି ସେ କହିଛନ୍ତି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+