ଶ୍ରୀଲଙ୍କାରେ ପରିସ୍ଥିତି ଅନିୟନ୍ତ୍ରିତ, ସୋମବାର ରାତିରେ ସାରା ଦେଶରେ ଲାଗିବ କର୍ଫ୍ୟୁ
ଶ୍ରୀଲଙ୍କା ସରକାର ଆଜି ରାତି 8 ଟାରୁ ମଙ୍ଗଳବାର ସକାଳ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରିବେ । ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି ।
କଲମ୍ବୋ : ଶ୍ରୀଲଙ୍କା ସରକାର ଆଜି ରାତି 8 ଟାରୁ ମଙ୍ଗଳବାର ସକାଳ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରିବେ । ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି । ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ରାଜନୈତିକ-ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି । ରାଜ୍ୟରେ ଏପରି ପରିସ୍ଥିତି ଉପୁଜିଥିବାରୁ ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଏକ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଛି । ସରକାରଙ୍କ ବିରୋଧରେ ବିରୋଧର ତୀବ୍ର ବୃଦ୍ଧି ମଧ୍ୟରେ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହାପୂର୍ବରୁ ଗତ ସପ୍ତାହରେ ହୋଇଥିବା ହିଂସା ଘଟଣାରେ ନଅ ଜଣଙ୍କର ମୃତ୍ୟୁ ହେବା ପରେ ପୋଲିସ 200 ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା । କର୍ଫ୍ୟୁ ଉଲ୍ଲଂଘନ, ଜନସାଧାରଣଙ୍କ ଉପରେ ଆକ୍ରମଣ, ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ ଭଳି ବିଭିନ୍ନ ଅଭିଯୋଗରେ ପୋଲିସ 230 ଜଣଙ୍କୁ ଗିରଫ କରିଥିଲା । ଶ୍ରୀଲଙ୍କାର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମିସିଙ୍ଘେ କହିଛନ୍ତି ଯେ ସେ ସୋମବାର ଦ୍ୱୀପ ରାଷ୍ଚ୍ର ସମ୍ମୁଖୀନ ହେଉଥିବା ଆର୍ଥିକ ସଙ୍କଟର ସମ୍ପୂର୍ଣ୍ଣ ବିବରଣୀ ଦେବେ ବୋଲି ଶ୍ରୀଲଙ୍କାର ଡେଲି ମିରର ଖବରକାଗଜ ରିପୋର୍ଟ କରିଛି ।
ଆପଣଙ୍କୁ କହି ରଖୁଛୁ ଅର୍ଥନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହା ପରେ ରାନିଲଙ୍କୁ ଗତ ସପ୍ତାହରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା । ଶ୍ରୀଲଙ୍କାର ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ସେ ପ୍ରତିଶୃତି ଦେଇଛନ୍ତି । ପାରମ୍ପାରିକ ସଂସଦ ରାଜନୀତିକୁ ଅତିକ୍ରମ କରି ଏକ ଅଣ-ଦଳୀୟ ସରକାର ଗଠନ ପାଇଁ ସେ ବିରୋଧୀ ଦଳର ନେତା ସାଜିଥ ପ୍ରେମାଦାସା ଏବଂ ତାଙ୍କ ଦଳକୁ ଆମନ୍ତ୍ରଣ କରିଛନ୍ତି । ରବିବାର ଦିନ ଟ୍ୱିଟ୍ କରି ବିକ୍ରମସିଙ୍ଘେ କହିଛନ୍ତି ଯେ ଆର୍ଥିକ ସଙ୍କଟ ମଧ୍ୟରେ ଦେଶରେ ଅନେକ କିଛି କରିବାକୁ ବାକି ଅଛି । ଏଥିପାଇଁ ତାଙ୍କ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ।
ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ନେତା ରାନିଲ ବିକ୍ରମସିଙ୍ଘେ ଗୁରୁବାର ଦିନ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ନୂତନ ମନ୍ତ୍ରୀମଣ୍ଡଳରେ ଚାରିଜଣ ମନ୍ତ୍ରୀ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଧିକ ମନ୍ତ୍ରୀ ନିଯୁକ୍ତ ହେବେ ବୋଲି ଆଶା କରାଯାଉଛି । ଦେଶରେ ଚାଲିଥିବା ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତାକୁ ମୁକାବିଲା କରିବା ପାଇଁ ଏକ ଜାତୀୟ ସରକାର ଗଠନ ପାଇଁ ସମସ୍ତ ରାଜନୈତିକ ଦଳକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି ।












Click it and Unblock the Notifications