ଅଗଷ୍ଟରୁ ଦେଶରେ ଆରମ୍ଭ ହେବ ସ୍ଫୁଟନିକ୍-ଭି ଟିକାର ଉତ୍ପାଦନ : ଅକ୍ଟୋବର ସୁଦ୍ଧା 85 କୋଟିର ଟାର୍ଗେଟ
ଭାରତରେ ଋଷିଆନ୍ ଟିକା ସ୍ଫୁଟନିକ୍-ଭି ଉତ୍ପାଦନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଦେଶରେ ଚଳିତ ବର୍ଷ ଅଗଷ୍ଟ ମାସଠାରୁ ଋଷିଆନ୍ ଟିକା ସ୍ଫୁଟନିକ୍-ଭି ଉତ୍ପାଦନ ଆରମ୍ଭ ହୋଇଯିବ । ଏନେଇ ୠଷର ଭାରତୀୟ ରାଜଦୂତ ଡି.ଭି ଭେଙ୍କଟେଶ୍ ବର୍ମା ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ: ଭାରତରେ ଋଷିଆନ୍ ଟିକା ସ୍ଫୁଟନିକ୍-ଭି ଉତ୍ପାଦନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଦେଶରେ ଚଳିତ ବର୍ଷ ଅଗଷ୍ଟ ମାସଠାରୁ ଋଷିଆନ୍ ଟିକା ସ୍ଫୁଟନିକ୍-ଭି ଉତ୍ପାଦନ ଆରମ୍ଭ ହୋଇଯିବ । ଏନେଇ ୠଷର ଭାରତୀୟ ରାଜଦୂତ ଡି.ଭି ଭେଙ୍କଟେଶ୍ ବର୍ମା ସୂଚନା ଦେଇଛନ୍ତି ।

ଭେଙ୍କଟେଶ୍ ବର୍ମା କହିଛନ୍ତି ଯେ, ସେପ୍ଟେମ୍ବରରୁ ଅକ୍ଟୋବର୍ ବେଳକୁ ଭାରତରେ ସ୍ଫୁଟନିକ୍-ଭିର 85 କୋଟି ଡୋଜ୍ ପ୍ରଡକ୍ସନ୍ ହୋଇଯିବ। ଭାରତରେ ସ୍ଫୁଟନିକ୍-ଭି ଟିକା 65 ରୁ 70 ପ୍ରତିଶତ ପର୍ଯ୍ୟନ୍ତ ଉତ୍ପାଦନ ହେବ । ଭାରତର ସମସ୍ତ ନାଗରିକଙ୍କୁ ଟିକା ଦିଆଯିବା । ଭାରତରେ ଦେଖାଦେଇଥିବା ଟିକାର ଅଭାବ ମେଣ୍ଟିବା ପରେ ଏହି ଟିକାକୁ ଭାରତ ବାହାରକୁ ମଧ୍ୟ ପଠାଯିବ ବୋଲି ସେ କହିଛନ୍ତି ।
କୋଭିସିଲ୍ଟ, କୋଭାକ୍ସିନ୍ ଏବଂ ସ୍ଫୁଟନିକ୍-ଭି ଟିକାକୁ ଭାରତରେ ବ୍ୟବହାର କରିବାକୁ ଜରୁରୀକାଳୀନ ଅନୁମତି ପ୍ରଦାନ କରାଯାଇଛି । ଦେଶରେ କରୋନା ନିୟନ୍ତ୍ରଣକୁ ଆସୁଥିବା ବେଳେ ଏହି ଟିକା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ବର୍ତ୍ତମାନ କରୋନା ପରେ ଆଉ ଏକ ଭୁତାଣୁ ବ୍ଲାକ୍ ଫଙ୍ଗସ୍ ସରକାରଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷ ସହିତ କ୍ରମାଗତ ଭାବରେ ଆଲୋଚନା ଚଳାଇଛି ।












Click it and Unblock the Notifications