ଆଜିଠାରୁ ଦିଲ୍ଲୀରେ ମିଳିପାରେ 'ସ୍ପୁଟନିକ୍-ଭି' ଟିକା, ଜାଣନ୍ତୁ କଣ ରହିବ ଦର
ମଙ୍ଗଳବାର ଠାରୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ରୁଷ ନିର୍ମିତ 'ସ୍ପୁଟ୍ନିକ୍ - ଭି' ଟିକା ମିଳିପାରେ । ଗୋଟିଏ ଦିନରେ କେତେ ଲୋକଙ୍କୁ ଏହି ଟିକା ଦିଆଯିବ, ଡାକ୍ତରଖାନାକୁ ଟିକା ମିଳିଥିବା ପରିମାଣ ଉପରେ ନିର୍ଭର କରିବ ।
ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସର ଦ୍ୱିତୀୟ ଲହର ସମଗ୍ର ଦେଶରେ ମନ୍ଥର ହେଉଥିବାର ଦେଖାଯାଉଛି । କୋରାନ ମହାମାରୀକୁ ମାତ୍ ଦେବା ଟୀକାକରଣ ହିଁ ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ସମସ୍ଥଙ୍କ ଟୀକାକରଣ ଉପରେ ଜୋର୍ ଦେଉଛନ୍ତି । ଯଦିଓ ଟିକା ଅଭାବ ଅଭିଯୋଗ ଯୋଗୁଁ କେତେକ ରାଜ୍ୟରେ ଟୀକାକରଣ ମନ୍ଥର ହୋଇଛି ଏହି ସମୟରେ ସାମ୍ନାକୁ ଆସିଛି ଆଉ ଏକ ଆଶ୍ୱସ୍ତିଜନକ ଖବର । ମଙ୍ଗଳବାର ଠାରୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ରୁଷ ନିର୍ମିତ 'ସ୍ପୁଟ୍ନିକ୍ - ଭି' ଟିକା ମିଳିପାରେ । ଗୋଟିଏ ଦିନରେ କେତେ ଲୋକଙ୍କୁ ଏହି ଟିକା ଦିଆଯିବ, ଡାକ୍ତରଖାନାକୁ ଟିକା ମିଳିଥିବା ପରିମାଣ ଉପରେ ନିର୍ଭର କରିବ ।

ଆମେ ଆପଣଙ୍କୁ କହିରଖୁଛୁ, କେନ୍ଦ୍ର ସରକାର ସ୍ପୁଟନିକ୍ ଭି ଟିକା ର ଗୋଟିଏ ଡୋଜର ମୂଲ୍ୟ 1145 ଟଙ୍କା ସ୍ଥିର କରିଛନ୍ତି । ଆପୋଲୋ ହସ୍ପିଟାଲ ବ୍ୟତୀତ ଦିଲ୍ଲୀର ମଧୁକର ରେନବୋ ଶିଶୁ ହସ୍ପିଟାଲ ମଧ୍ୟ ଏହି ସପ୍ତାହ ଶେଷ ସୁଦ୍ଧା ଲୋକଙ୍କୁ ସ୍ପୁଟନିକ ଭି ଟିକା ଦେବା ଆରମ୍ଭ କରିବେ । ଆପୋଲୋ ହସପିଟାଲ୍ ଏବଂ ଡ଼ ରେଡ୍ଡୀଙ୍କ ଲାବୋରେଟୋରୀ ପ୍ରଥମ ପର୍ଯ୍ୟାୟରେ 17 ମେ ରେ ହାଇଦ୍ରାବାଦରେ ଏବଂ ପରଦିନ ବିଶାଖାପାଟନମରେ ପରୀକ୍ଷାମୂଳକ ଭିତ୍ତିରେ ସ୍ପୁଟ୍ନିକ୍ ଭି ଟିକା ଆରମ୍ଭ କରିଥିଲେ । ଏଥି ସହିତ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ସ୍ପୁଟନିକ୍ ଭି ଟିକା ମଧ୍ୟ ଉପଲବ୍ଧ ଅଛି ।
ଆପୋଲୋ ହସ୍ପିଟାଲରେ ସ୍ପୁଟ୍ନିକ୍ ଭି ର 1000 ଡୋଜ୍
ଖବର ସରବରାହ ସଂସ୍ଥା ANI ର ଖବର ଅନୁଯାୟୀ, ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଡ଼ ରେଡ୍ଡୀଙ୍କ ଲାବୋରେଟୋରୀର କର୍ମଚାରୀମାନଙ୍କୁ ରବିବାର ଦିନ ସ୍ପୁଟନିକ୍ ଭି ଟିକା ଦିଆଯାଇଥିଲା। ସ୍ପୁଟ୍ନିକ୍ ଭି ର 1000 ଡୋଜ୍ ହସ୍ପିଟାଲରେ ପହଞ୍ଚିଥିଲା, ସେଥିମଧ୍ୟରୁ 179 ଟି ଡୋଜ ରେଡ୍ଡୀ ଲାବୋରେଟୋରୀ କର୍ମଚାରୀଙ୍କୁ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଭାରତରେ ସ୍ପୁଟନିକ୍ ଭି ଟିକା ରୋଲଆଉଟ୍ ପାଇଁ ଡକ୍ଟର ରେଡ୍ଡୀ ଲାବୋରେଟୋରୀ ରୁଷର RDIF ସହିତ ବୁଝାମଣା କରିଛି । ବିଶ୍ୱରେ ବିଭିନ୍ନ ଦେଶକୁ ସ୍ପୁଟ୍ନିକ୍ ଭି ଟିକା ବଣ୍ଟନ ପାଇଁ RDIF ଦାୟିତ୍ୱ ନେଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications