ଭାରତକୁ ମିଳିଲା ତୃତୀୟ କରୋନା ଟିକା, ସ୍ପୁଟନିକ୍-ଭି ଟିକା ବ୍ୟବହାରକୁ ମିଳିଲା ଅନୁମତି
ରୁ୍ଷ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ -19 ଟିକା ସ୍ପୁଟ୍ନିକ୍-ଭି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ସୁପାରିଶ କରିଛି । ବର୍ତ୍ତମାନ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ର ଆନୁଷ୍ଠାନିକ ଅନୁମୋଦନ ଆବଶ୍ୟକ ରହିଛି ।
ନୂଆଦିଲ୍ଲୀ : ଭାରତରେ କରୋନାର ଦ୍ୱିତୀୟ ଲହର ସହ ବଢୁଥିବା ଭୟ ମଧ୍ୟରେ ମିଳିଛି ଆଶ୍ୱସ୍ତି । ଆଉ ଏକ କରୋନା ଟିକାର ବ୍ୟବହାରକୁ ମିଳିଛି ଅନୁମୋଦନ । 'ସ୍ପୁଟନିକ୍-ଭି' ଟିକାକୁ ଭାରତରେ ବ୍ୟବହାର ଲାଗି ପ୍ୟାନେଲ ଅନୁମୋଦନ କରିଛି । ରୁ୍ଷ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ -19 ଟିକା ସ୍ପୁଟ୍ନିକ୍-ଭି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ସୁପାରିଶ କରିଛି । ବର୍ତ୍ତମାନ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ର ଆନୁଷ୍ଠାନିକ ଅନୁମୋଦନ ଆବଶ୍ୟକ ରହିଛି । ଭାରତରେ କରୋନା ମହାମାରୀ ସମୟରେ ଦେଶରେ ଏହା ହେଉଛି ତୃତୀୟ ଅସ୍ତ୍ର ।

ମିଳିଥିବା ସୂଚନା ଅନୁସାରେ, ସ୍ପୁଟ୍ନିକ୍ ଦ୍ୱାରା କରାଯାଇଥିବା ପରୀକ୍ଷା ତଥ୍ୟ ଉପସ୍ଥାପିତ ହୋଇଛି । ଏହାର ଫଳାଫଳ ଆଧାରରେ ଅନୁମୋଦନ ମିଳିଛି, ତଥାପି ସରକାର ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପରିସ୍ଥିତି ସ୍ପଷ୍ଟ କରିପାରନ୍ତି । ଏହା ହେଉଛି ରୁଷ୍ ନିର୍ମିତ ଟିକା । ରୁଷର ଗୈମଲାୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ୱାରା ବିକଶିତ ହୋଇଛି । ଡିଜିସି ଏହାର ତଥ୍ୟକୁ ପରଖିବା ପରେ ଏହାର ବ୍ୟବହାର ଲାଗି ଅନୁମୋଦନ ଦେଇପାରନ୍ତି ।
ଡକ୍ଟର ରେଡ୍ଡୀର ସହଯୋଗରେ ସ୍ପୁଟନିକ୍ ଭି ଭାରତରେ 1600 ସ୍ୱେଚ୍ଛାସେବୀଙ୍କ ଉପରେ 3 ଟି କ୍ଲିନିକାଲ୍ ପରୀକ୍ଷା କରିଛି । ସ୍ପୁଟନିକ୍ - ଭି ଟିକାକୁ ମାଇନସ୍ 18 ଡିଗ୍ରୀ ସେଲସିୟସ୍ ରେ ରଖିବା ଆବଶ୍ୟକ । ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (RDIF) ଏବଂ ହାଇଦ୍ରାବାଦ ସ୍ଥିତ ବିରଚୋ ବାୟୋଟେକ୍ 200 ନିୟୁତ ଡୋଜ ଉତ୍ପାଦନ ପାଇଁ ଚୁକ୍ତି କରିଛନ୍ତି । ସ୍ପୁଟ୍ନିକ୍- ଭି ଭାରତକୁ 8କୋଟି 50 ଲକ୍ଷ ମିଲିୟନ୍ ଡୋଜ ଟିକା ପ୍ରଦାନ କରିବ ବୋଲି କୁହାଯାଉଛି ।
ରୁଷର ଏହି ଟିକା 9.1.6% ପ୍ରଭାବଶାଳୀ ଏବଂ ୟୁଏଇ, ଭାରତ, ଭେନେଜୁଏଲା ଏବଂ ବେଲାରୁଷରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ ଜାରି ରହିଛି । ସୂଚନାଯୋଗ୍ୟ, ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସାଇନ୍ ଟିକାର ବ୍ୟବହାର ଜାରି ରହିଛି । ସ୍ପୁଟ୍ନିକ୍ - ଭି ବର୍ତ୍ତମାନ ଅନୁମୋଦିତ ହେବା ଏହି ମହାମାରୀର ମୁକାବିଲା କରିବାରେ ବହୁତ ସାହାଯ୍ୟ କରିବ ବୋଲି କୁହାଯାଉଛି । ବିଶ୍ୱରେ ନିୟାମକ ଅନୁମୋଦନ ହାସଲ କରିବାରେ ଏହା ପ୍ରଥମ ଟିକା ଥିଲା, କିନ୍ତୁ ପର୍ଯ୍ୟାପ୍ତ ପରୀକ୍ଷଣ ତଥ୍ୟ ଅଭାବରୁ ଅନ୍ୟ ଦେଶମାନେ ଏହାକୁ ଅଧିକ ଗୁରୁତ୍ୱ ଦେଇନଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications