ବିଦ୍ୟୁତ୍ ଖୁଣ୍ଟ ସହ ଧକ୍କା ହେଲା ସ୍ପାଇସ୍ ଜେଟ୍ ବିମାନ
ଦିଲ୍ଲୀ ବିମାନ ବନ୍ଦରରେ ଏକ ସ୍ପାଇସଜେଟ୍ ବିମାନ ଏକ ବିଦ୍ୟୁତ୍ ଖୁଣ୍ଟ ସହ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଉଭୟ ଫ୍ରଣ୍ଟ ଲାଇଟ୍ ଏବଂ ପୋଲ ନଷ୍ଟ ହୋଇଯାଇଛି । ଉଡ଼ାଣ ଭରିବାକୁ ରନ୍ ୱେ କୁ ଆସୁଥିବା ସମୟରେ ଏହି ଧକ୍କା ହୋଇଥିଲା ।
ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ଏକ ସ୍ପାଇସଜେଟ୍ ବିମାନ ଏକ ବିଦ୍ୟୁତ୍ ଖୁଣ୍ଟ ସହ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଉଭୟ ଫ୍ରଣ୍ଟ ଲାଇଟ୍ ଏବଂ ପୋଲ ନଷ୍ଟ ହୋଇଯାଇଛି । ଉଡ଼ାଣ ଭରିବାକୁ ରନ୍ ୱେ କୁ ଆସୁଥିବା ସମୟରେ ଏହି ଧକ୍କା ହୋଇଥିଲା ।

ବିମାନଟି ଦିଲ୍ଲୀରୁ ଜାମ୍ମୁକୁ ଯିବାର ଥିଲା କିନ୍ତୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନରେ ବୁକ୍ ହୋଇଥିବା ଯାତ୍ରୀମାନଙ୍କ ପାଇଁ ଦ୍ୱିତୀୟ ବିମାନର ବ୍ୟବସ୍ଥା କରାଯାଇଥିଲା । ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ତଦନ୍ତ ଆରମ୍ଭ ହୋଇଛି ।
ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ ଆଜି ସ୍ପାଇସଜେଟ ବିମାନ SG 160 ଦିଲ୍ଲୀ ରୁ ଜାମ୍ମୁ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ଥିଲା । ପୁସ୍ ବ୍ୟାକ୍ ସମୟରେ ଦକ୍ଷିଣ ପାର୍ଶ୍ୱ ଫାଟକ ପାର୍ଶ୍ୱରେ ଥିବା ଏକ ପୋଲ ସହିତ ଧକ୍କା ହୋଇଥିଲ। । ଏଥିରେ ଡ଼େଣା କ୍ଷତିଗ୍ରସ୍ତ ହୋଇଛି । ଯାତ୍ରୀଙ୍କ ଯାତ୍ରା ପାଇଁ ଦ୍ୱିତୀୟ ବିମାନର ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications