ପଶ୍ଚିମବଙ୍ଗରେ ସ୍ପାଇସଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ, 40 ଜଣ ଯାତ୍ରୀ ଆହତ
ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ ଏହି ଦୁର୍ଘଟଣାରେ 40 ଜଣ ଯାତ୍ରୀ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଦୁର୍ଗାପୁରରେ ସ୍ପାଇସଜେଟ୍ ବିମାନ ଅବତରଣ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ ଏହି ଦୁର୍ଘଟଣାରେ 40 ଜଣ ଯାତ୍ରୀ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି ।

କୁହାଯାଉଛି, ସ୍ପାଇସଜେଟ ବିମାନ B737 ପଶ୍ଚିମବଙ୍ଗର ଦୁର୍ଗାପୁରରେ ଅବତରଣ କରିବାକୁ ଯାଉଥିଲା । ଏହି ସମୟରେ ଅବତରଣ କରିବା ପୂର୍ବରୁ ବିମାନଟି ଝଡ଼ ରେ ଫସି ଯାଇଥିଲା । ଫଳରେ କ୍ୟାବିନରେ ଥିବା ସମସ୍ତ ଲଗେଜ୍ ଖସି ପଡ଼ିଥିଲା । କିନ୍ତୁ ବର୍ତ୍ତମାନ, ସ୍ପାଇସଜେଟର ଅଧିକାରୀମାନେ ଏହା ନିଶ୍ଚିତ କରିନାହାଁନ୍ତି । ବିମାନରେ 185 ଜଣ ଯାତ୍ରୀ ଥିଲେ ।
ଏହି ଦୁର୍ଘଟଣା ଘଟିବା ସମୟରେ ବିମାନଟି ମୁମ୍ବାଇରୁ ଦୁର୍ଗାପୁର ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା । ସ୍ପାଇସଜେଟର ବରିଷ୍ଠ ବିମାନ ଅଧିକାରୀ କହିଛନ୍ତି ଯେ ବିମାନଟି ଦୁର୍ଗାପୁରରେ ସୁରକ୍ଷିତ ଅବତରଣ କରିଛି । ଗୁରୁତର ଆହତ 13 ଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଗାପୁରରେ ପହଞ୍ଚିବା ପରେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ସ୍ପାଇସଜେଟ୍ ଦୁଃଖ ପ୍ରକାଶ କରିଛି ।












Click it and Unblock the Notifications