ଛାତ୍ର ହେବେ ବାଚସ୍ପତି, ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ! ବିଧାନସଭାରେ ହେବ ସ୍ୱତନ୍ତ୍ର ଅଧିବେଶନ...

ଏକ ଆକର୍ଷଣୀୟ ତଥା ଆଶ୍ଚୟଜନକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଯୋଜନା କରିଛନ୍ତି ଗୁଜୁରାଟ ସରକାର । ଗୋଟିଏ ଦିନ ପାଇଁ ବସିବ ସ୍ୱତନ୍ତ୍ର ଅଧିବେଶନ । ଏହି ଅଧିବେଶନରେ ବିଧାନସଭାରେ ବସିବେ 182 ଛାତ୍ରଛାତ୍ରୀ ।

ଅହମ୍ମଦାବାଦ : ବିଧାନସଭାରେ ବସିବେ ଛାତ୍ରଛାତ୍ରୀ । ନିର୍ବାଚିତ ବିଧାୟକଙ୍କ ସ୍ଥାନ ନେବେ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ଚୟନ ହେବେ ବିଧାୟକ, ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ବିରୋଧୀ ଦଳ ନେତା । ଚାଲିବ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଶାସକ ଦଳକୁ ପ୍ରଶ୍ନ ବାଣରେ ଘାଇଲା କରିବେ ବିରୋଧୀ ଦଳ । ଦର୍ଶକ ସାଜିବେ ଗୁଜୁରାଟର ନିର୍ବାଚିତ ବିଧାୟକ, ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ।

Gujarat student Assembly

ଏପରି ଏକ ଆକର୍ଷଣୀୟ ତଥା ଆଶ୍ଚୟଜନକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଯୋଜନା କରିଛନ୍ତି ଗୁଜୁରାଟ ସରକାର । ଗୋଟିଏ ଦିନ ପାଇଁ ବସିବ ସ୍ୱତନ୍ତ୍ର ଅଧିବେଶନ । ଏହି ଅଧିବେଶନରେ ବିଧାନସଭାରେ ବସିବେ 182 ଛାତ୍ରଛାତ୍ରୀ । ସେମାନଙ୍କ ଦ୍ୱାରା ପରିଚାଳିତ ହେବ ଗୋଟିଏ ଦିନର ଗୃହ କାର୍ଯ୍ୟ । ଜୁଲାଇ 2 ତାରିଖରେ ଏହି ସ୍ୱତନ୍ତ୍ର ଅଧିବେଶନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଭିନ୍ନ ଜିଲ୍ଲାର ବିଦ୍ୟାଳୟ, କଲେଜରୁ ଛାତ୍ରଛାତ୍ରୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି ।

ଏହି ଅଧିବେଶନରେ 182 ଜଣ ଛାତ୍ରଙ୍କୁ ବିଧାୟକ କରାଯିବ । ଏହି ଛାତ୍ରମାନଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ ଏବଂ ଜଣେ ବିରୋଧୀ ଦଳର ନେତାଭାବେ ଚୟନ ହେବେ । ସେହିପରି ଜଣକୁ ଗୃହର ବାଚସ୍ପତି କରାଯିବା ସହ ଅବଶିଷ୍ଟ 179 ଜଣ ଛାତ୍ରଛାତ୍ରୀ ବିଧାୟକ ହେବେ । ସ୍ୱାଭାବିକ ଭାବେ ଚାଲିବ ଗୋଟିଏ ଦିନର ସ୍ୱତନ୍ତ୍ର ଅଧିବେଶନ ।

ଛାତ୍ରଛାତ୍ରୀଙ୍କୁ ଗଣତାନ୍ତ୍ରିକ ତଥା ରାଜନୈତିକ କାର୍ଯ୍ୟକଳାପ ବିଷୟରେ ଅବଗତ କରାଇବା ରହିଛି ଅଧିବେଶନ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ଅଧିବେଶନରେ 17-18 ବର୍ଷର ପିଲା ହେବେ ବିଧାୟକ ଏବଂ ମନ୍ତ୍ରୀ ତଥା ବାଚସ୍ପତି । ଏହା ଦ୍ୱାରା ବିଧାନସଭାରେ ବସିଥିବା ଛାତ୍ରମାନେ ବିଧାୟକଙ୍କ ରୂପରେଖ ପାଇବେ ଏବଂ ଗୁଜରାଟ ବିଧାନସଭାର ପଦ୍ଧତି ଓ ପରମ୍ପରାକୁ ଅନୁସରଣ କରି ସେମାନେ ଗଣତାନ୍ତ୍ରିକ ପରମ୍ପରାକୁ ଶିଖିବେ ବୋଲି କହିଛନ୍ତି ନିମାବେନ ଆଚାର୍ଯ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+