ଦିନେ ଦୁଇ ଦିନ ମଧ୍ୟରେ ଅତିକ୍ ଅହମ୍ମଦର ପୁଅକୁ ମାରି ଦିଆଯିବ : ସପା ନେତା ରାମଗୋପାଲ ଯାଦବ
ଉମେଶ ପାଲ ହତ୍ୟା ମାମଲା ସମ୍ପର୍କରେ ସପା ନେତା ରାମ ଗୋପାଳ ଯାଦବ କହିଛନ୍ତି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଅତିକ୍ ଅହମ୍ମଦଙ୍କ ପୁଅର ହତ୍ୟା ହେବାର ଆଶଙ୍କା ରହିଛି ।

ଲକ୍ଷ୍ନୌ: ଅତିକ୍ ଅହମ୍ମଦର ପୁଅକୁ ହତ୍ୟା ସମ୍ପର୍କରେ ବୟାନ ଦେଇ ବର୍ତ୍ତମାନ ଆଲୋଚନାରେ ଅଛନ୍ତି ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ । ଉମେଶ ପାଲ ହତ୍ୟା ମାମଲା ସମ୍ପର୍କରେ ସପା ନେତା ରାମ ଗୋପାଳ ଯାଦବ କହିଛନ୍ତି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଅତିକ୍ ଅହମ୍ମଦଙ୍କ ପୁଅର ହତ୍ୟା ହେବାର ଆଶଙ୍କା ରହିଛି ।
ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ ମଙ୍ଗଳବାର ଦିନ ଦାବି କରିଛନ୍ତି ଯେ ଅତିକ୍ ଅହମ୍ମଦଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣକୁ ଦିନେ ଦୁଇ ଦିନ ମଧ୍ୟରେ ଗୁଳି କରାଯିବ । ଆପଣଙ୍କୁ କହି ରଖୁଛୁ 2005 ରେ ବିଏସପି ବିଧାୟକଙ୍କ ହତ୍ୟାର ସାକ୍ଷୀକୁ ହତ୍ୟା ମାମଲାରେ ଅତିକ୍ ଅହମ୍ମଦ ଏବଂ ଉଭୟ ପୁଅଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
2005 ରେ ତତ୍କାଳୀନ ବିଏସପି ବିଧାୟକଙ୍କ ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା । ଅତିକ୍ ଅହମ୍ମଦ, ତାଙ୍କର ଦୁଇ ପୁଅ ଏବଂ ଅନ୍ୟ କେତେକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗ୍ୟାଙ୍ଗଷ୍ଟର ରକୁ ରାଜନେତା ବନିଥିବା ଅହମ୍ମଦଙ୍କୁ ଜେଲରେ ରଖାଯାଇଛି । ପୁଅକୁ ହତ୍ୟା ହେବା ନେଇ ଆଶ୍ଚର୍ଯ୍ୟଜନକ ଦାବି କରି ରାମ ଗୋପାଳ ଯାଦବ ଅତିକ୍ ଅହମ୍ମଦଙ୍କୁ ରକ୍ଷା କରିଛନ୍ତି । ସେ କହିଛନ୍ତି ଯେ ଉମେଶ ପାଲ ହତ୍ୟା ମାମଲାର ପ୍ରକୃତ ଅପରାଧୀକୁ ପୋଲିସ ଖୋଜିବାରେ ସକ୍ଷମ ନୁହେଁ ।
ଉଲ୍ଲେଖଯୋଗ୍ୟ, 2005 ମସିହାରେ ତତ୍କାଳୀନ ବିଏସପି ବିଧାୟକଙ୍କ ହତ୍ୟା ମାମଲାର ପ୍ରମୁଖ ସାକ୍ଷୀ ଉମେଶ ପାଲଙ୍କ ହତ୍ୟାରେ ଅତିକ୍ ଅହମ୍ମଦଙ୍କ ପୁଅ ଅଲି ଅହମ୍ମଦଙ୍କ ନାମ ସାମ୍ନାକୁ ଆସିଥିଲା । ପୂର୍ବତନ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଫେବୃଆରୀ 24 ରେ ପ୍ରୟାଗର ଧୁମନଗଞ୍ଜରେ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ଉମେଶ ପାଲ ସେହି ଦିନ ପ୍ରାଣ ହରାଇଥିବା ବେଳେ ଚିକିତ୍ସା ସମୟରେ ତାଙ୍କର ଦୁଇଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା ।












Click it and Unblock the Notifications