ସୋନିଆ ଗାନ୍ଧୀଙ୍କୁ ନଚାଇଦେଲେ ମହିଳା ଚାଷୀ, ଭାଇରାଲ ହେଲା ଭିଡ଼ିଓ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ପ୍ରଥମ ଭାଗ କିଛି ମାସ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ସେ ନିଜର ଯାତ୍ରା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରୁଛନ୍ତି । ନିକଟରେ ଜୁଲାଇ 8 ରେ ରାହୁଲ ଗାନ୍ଧୀ ହରିୟାଣାର ସୋନିପଥରେ ଜିଲ୍ଲାର ମଦିନା ଗ୍ରାମରେ ପହଞ୍ଚିଥିଲେ ।

ମଦିନାରେ ରାହୁଲ କୃଷକ ଓ ମହିଳାଙ୍କ ସହ ଆଲୋଚନା କରିଥିଲେ । କେବଳ ଏତିକି ନୁହେଁ, ସେ ଚାଷୀଙ୍କ ସହ କ୍ଷେତରେ ଧାନ ରୋଇବା ସହ ସେମାନଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଏହି ସମୟରେ ରାହୁଲ ଭେଟିଥିବା ମହିଳା ଚାଷୀମାନେ ସେତେବେଳେ ଦିଲ୍ଲୀ ଏବଂ ରାହୁଲ ଗାନ୍ଧୀଙ୍କ ଘର ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତା'ପରେ କଂଗ୍ରେସ ନେତା ତାଙ୍କୁ ଶୀଘ୍ର ତାଙ୍କ ଘରକୁ ଡାକିବେ ବୋଲି ପ୍ରତିଶୃତି ଦେଇଥିଲେ ।
ଗତ ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ଏହି ମହିଳାମାନଙ୍କୁ ଏକ ସ୍ୱତନ୍ତ୍ର ଗାଡି ପଠାଇ ଦିଲ୍ଲୀ ଡାକିଥିଲେ । ତାଙ୍କୁ ଇଣ୍ଡିଆ ଗେଟ୍ ବୁଲାଇଥିଲେ । ଏହା ପରେ ସମସ୍ତ ମହିଳା ପ୍ରିୟଙ୍କା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ । ଏହି ସମୟର ଏକ ଭିଡିଓ କଂଗ୍ରେସ ସେୟାର କରିଛି ।
କଂଗ୍ରେସ ନେତା ରୁଚିରା ଚାଟୁର୍ବେଦୀ ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ମହିଳାମାନଙ୍କୁ ଏକ ଗାଡ଼ି ଯୋଗେ ଦିଲ୍ଲୀ ଅଣାଯାଉଥିବା ଦେଖିବାକୁ ମିଳିଛି । ଏହା ପରେ ମହିଳାମାନେ ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହି ସମରେ ସେମାନେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କାଙ୍କୁ ଭେଟିଛନ୍ତି ।
ଏହା ପରେ ମହିଳାମାନେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଖାଦ୍ୟ ଖାଇଥିଲେ । ଏହା ପରେ ମହିଳାମାନେ ପ୍ରିୟଙ୍କା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହ ହରିୟାଣୀ ଗୀତରେ ନାଚିଥିଲେ । ସୋନିଆ ଗାନ୍ଧୀ ମହିଳା ଚାଷୀଙ୍କ ସହ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ କ୍ଲିପରେ ଗାଁର ମହିଳାମାନେ ସୋନିଆ ଗାନ୍ଧୀଙ୍କ ହାତ ଧରି ହରିୟାଣା ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଏଥିସହିତ ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ସହ ପାଦ ମିଶାଇ ନାଚୁଛନ୍ତି ।












Click it and Unblock the Notifications