For Quick Alerts
Turn On Notification  
For Daily Alerts
Oneindia App Download

ବିଷାକ୍ତ ସାପ କାମୁଡ଼ାଇ ହତ୍ୟାକାଣ୍ଡ ଦେଶରେ ପାଲଟିଛି ନୂଆ ଟ୍ରେଣ୍ଡ : ସୁପ୍ରିମକୋର୍ଟ

"ଏହା ଏକ ନୂଆ ଟ୍ରେଣ୍ଡ ପାଲଟିଛି ଯେ, ଲୋକମାନେ ସାପ ଧରାଳୀ ପାଖରୁ ବିଷାକ୍ତ ସାପ ଆଣି ଏହା ଦ୍ୱାରା କାମୁଡ଼ାଇ ବ୍ୟକ୍ତିଙ୍କୁ ହତ୍ୟା କରୁଛନ୍ତି । ଏହା ବର୍ତ୍ତମାନ ରାଜସ୍ଥାନରେ ସାଧାରଣ ହେବାରେ ଲାଗିଛି ।"

|

ନୂଆଦିଲ୍ଲୀ : ବିଷାକ୍ତ ସାପ କାମୁଡ଼ାଇ ହତ୍ୟା କରିବା ଦେଶରେ ଏକ ନୂଆ ଧାରା ପାଲଟିଛି । ସାପ କାମୁଡ଼ିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ଶୁଣାଣି ବେଳେ ସୁପ୍ରିମକୋର୍ଟ ବୁଧବାର (ଅକ୍ଟୋବର 06) ଅଭିଯୁକ୍ତଙ୍କୁ ଜାମିନ ନାମଞ୍ଜୁର କରିଛନ୍ତି । ଅଭିଯୁକ୍ତ ବନ୍ଧୁମାନଙ୍କ ସହ ସାପ କାମୁଡ଼ାଇ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲି ରାଜସ୍ଥାନର ଏହି ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ଏବଂ ସାପ କାମୁଡ଼ାଇ ହତ୍ୟା କରିବା ଦେଶରେ ଏକ ନୂଆ ଟ୍ରେଣ୍ଡରେ ପରିଣତ ହୋଇଛି ବୋଲି କୋର୍ଟ କହିଛନ୍ତି ।

snake

ଶୁଣାଣି ସମୟରେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, "ଏହା ଏକ ନୂଆ ଟ୍ରେଣ୍ଡ ପାଲଟିଛି ଯେ, ଲୋକମାନେ ସାପ ଧରାଳୀ ପାଖରୁ ବିଷାକ୍ତ ସାପ ଆଣି ଏହା ଦ୍ୱାରା କାମୁଡ଼ାଇ ବ୍ୟକ୍ତିଙ୍କୁ ହତ୍ୟା କରୁଛନ୍ତି । ଏହା ବର୍ତ୍ତମାନ ରାଜସ୍ଥାନରେ ସାଧାରଣ ହେବାରେ ଲାଗିଛି ।" ଅଭିଯୁକ୍ତ କୃଷ୍ଣ କୁମାରଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଆଦିତ୍ୟ ଚୌଧୁରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ ।

ଅଭିଯୁକ୍ତ କୃଷ୍ଣ କୁମାର ତାଙ୍କ ସାଙ୍ଗଙ୍କ ସହ ସାପ ଧରାଳୀ ନିକଟକୁ ଯାଇ 10,000 ଟଙ୍କାରେ ସାପ କିଣିଥିବା ଅଭିଯୋଗ ହୋଇଛି । ତା'ପରେ ବହୁ ଯୋଜନା ସହିତ ମହିଳାଙ୍କୁ ହତ୍ୟା କରାଯାଇଛି । ଅଭିଯୁକ୍ତ କୃଷ୍ଣ କୁମାରଙ୍କ ଓକିଲ ଆଦିତ୍ୟ ଚୌଧୁରୀ ଯୁକ୍ତି କରିଛନ୍ତି ଯେ ତାଙ୍କ ବନ୍ଧୁ କାହିଁକି ସାପ କିମ୍ବା ବିଷ କିଣୁଛନ୍ତି ତାହା ତାଙ୍କ ମହୋକିଲ ଜାଣି ନାହାଁନ୍ତି । ଏହାକୁ ଔଷଧ ତିଆରିରେ ବ୍ୟବହାର କରାଯିବ ବୋଲି ତାଙ୍କୁ କୁହାଯାଇଥିଲା ।

ଓକିଲ ଯୁକ୍ତି କରିଛନ୍ତି ଯେ କୃଷ୍ଣ କୁମାର ସାପ ସହିତ ମହିଳାଙ୍କ ଘରକୁ ମଧ୍ୟ ଯାଇ ନାହାଁନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତ ଜଣେ ଇଞ୍ଜିନିୟରିଂ ଛାତ୍ର ଏବଂ ତାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଜାମିନ ଦିଆଯିବା ଉଚିତ ।

ଆପଣଙ୍କୁ ହି ରଖୁଛୁ, ରାଜସ୍ଥାନର ଝୁଞ୍ଜୁନୁ ଜିଲ୍ଲାର ଏକ ଗାଁରେ ଜଣେ ମହିଳାଙ୍କୁ ତାଙ୍କ ବୋହୂ ସାପ କାମୁଡ଼ାଇ ହତ୍ୟା କରିଥିବା ଘଟଣା ଖବରର ଶିରୋନାମା ପାଲଟିଥିଲା । ଅଭିଯୋଗ ହୋଇଥିଲା ଯେ ଜୟପୁରର ବାସିନ୍ଦା ମନୀଷଙ୍କ ସହ ବୋହୂ ଅଲ୍ପାନାଙ୍କର ଅନୈତିକ ସମ୍ପର୍କ ଥିଲା । ଅଲ୍ପାନା ଏବଂ ତାଙ୍କ ଶାଶୁ ସୁବୋଧ ଦେବୀ ଏକାଠି ରହୁଥିଲେ ଏବଂ ଅଲ୍ପାନାଙ୍କ ସ୍ୱାମୀ ଏବଂ ଦିଅର ସେନାରେ ଅଛନ୍ତି ଏବଂ ସେମାନଙ୍କ ବୃତ୍ତି ହେତୁ ଦୂରରେ ରହୁଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Snake Bite Murders Is A New trend In Country : Supreme Court
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X