Get Updates
Get notified of breaking news, exclusive insights, and must-see stories!

ନୋଟବନ୍ଦୀକୁ ପୁରିଲା 6 ବର୍ଷ ! ଲୋକଙ୍କ ପାଖରେ ଅଛି 30.88 ଲକ୍ଷ କୋଟି ଟଙ୍କା ନଗଦ

କ୍ୟାଶଲେସ୍ କାରବାରକୁ ଉତ୍ସାହିତ କରାଯିବା, ବ୍ୟାଙ୍କକୁ ଠକି କୌଣସି କ୍ୟାଶ୍ ନେଣଦେଣକୁ ରୋକିବା ଆଦିକୁ ଦୃଷ୍ଟିରେ ରଖି ନୋଟବନ୍ଦୀର ନିଷ୍ପତ୍ତି ନିଆଯାଇଥିଲା । ଗତ 6 ବର୍ଷ ମଧ୍ୟରେ ଭାରତର ଲୋକଙ୍କ ନିକଟରେ ନଗଦ ପରିମାଣ ବୃଦ୍ଧି ପାଇଛି ।

ନୂଆଦିଲ୍ଲୀ : ନୋଟବନ୍ଦୀକୁ ପୁରିଛି 6 ବର୍ଷ । 2016 ମସିହା ଆଜିର ଦିନରେ ରାତି 8 ଟା ସମୟରେ ସାରା ଦେଶକୁ ସମ୍ବୋଧନ କରି ଚକିତ କରିଦେଇଥିଲେ ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦୀ । ପୁରୁଣା 500 ଏବଂ 1000 ଟଙ୍କିଆ ନୋଟକୁ ଅଚଳ କରିବା ନେଇ କରିଥିଲେ ଘୋଷଣା । କଳାଧନ ଓ ଜାଲନୋଟର ପ୍ରସାର ଏବଂ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣକୁ ରୋକିବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଥିଲେ କେନ୍ଦ୍ରର ବିଜେପି ସରକାର । ସରାକରଙ୍କ ଏପରି ତରବରିଆ ନିଷ୍ପତ୍ତି ପାଇଁ କୋଟି କୋଟି ସାଧାଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବ୍ୟାଙ୍କ ଆଗରେ ଲମ୍ବା ଧାଡ଼ି ଲାଗି ରହିଥିଲା ।

Demonetization

ବିମୁଦ୍ରୀକରଣର 6 ବର୍ଷ ପରେ ଭାରତର ଲୋକଙ୍କ ପାଖରେ 30.88 ଲକ୍ଷ କୋଟିର ନଗଦ ଟଙ୍କା ରହିଛି । ଏହା ଏକ ନୂତନ ରେକର୍ଡ । ଜନସାଧାରଣ ନଗଦ କାରବାର କମ୍ କରିବା, କ୍ୟାଶଲେସ୍ କାରବାରକୁ ଉତ୍ସାହିତ କରାଯିବା, ବ୍ୟାଙ୍କକୁ ଠକି କୌଣସି କ୍ୟାଶ୍ ନେଣଦେଣକୁ ରୋକିବା ଆଦିକୁ ଦୃଷ୍ଟିରେ ରଖି ନୋଟବନ୍ଦୀର ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅକ୍ଟୋବର 21 ର ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ଗତ 6 ବର୍ଷ ମଧ୍ୟରେ ଭାରତର ଲୋକଙ୍କ ନିକଟରେ ନଗଦ ପରିମାଣ ବୃଦ୍ଧି ପାଇଛି ।

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମୋଟ ମୁଦ୍ରା ପରିମାଣ 15.41 ଟ୍ରିଲିୟନ ଟଙ୍କା ମଧ୍ୟରୁ ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିଲା 15.3 ଟ୍ରିଲିୟନ ଟଙ୍କା । ଅର୍ଥାତ ମୋଟ 99.3 ପ୍ରତିଶତ ନୋଟ ବ୍ୟାଙ୍କରେ ଜମା ହୋଇଥିଲା ।

ଲୋକଙ୍କ ପାଖରେ ବଢୁଛି ନଗଦ ଟଙ୍କା

ଡିଜିଟାଲ୍ ପେମେଣ୍ଟ ଉପରେ 2019 ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅଧ୍ୟୟନରେ ବିମୁଦ୍ରୀକରଣ ବିଷୟରେ ଆଂଶିକ ଆଲୋଚନା କରାଯାଇଥିଲା । ବର୍ତ୍ତମାନ 6 ବର୍ଷର ବିମୁଦ୍ରୀକରଣ ପରେ ଜନସାଧାରଣଙ୍କ ସହ ନଗଦ ରେକର୍ଡ ସ୍ତରରେ 30.88 ଲକ୍ଷ କୋଟିରେ ପହଞ୍ଚିଛି, ଯାହା ବିମୁଦ୍ରୀକରଣ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 30.88 ଲକ୍ଷ କୋଟି ନଗଦ ଟଙ୍କା ଦର୍ଶାଉଛି ଯେ ବିମୁଦ୍ରୀକରଣର ଛଅ ବର୍ଷ ପରେ ମଧ୍ୟ ଭାରତୀୟ ଅର୍ଥନୀତିରେ ନଗଦ ବହୁଳ ଭାବରେ ବ୍ୟବହୃତ ହେଉଛି ।

ନୋଟବନ୍ଦୀ ବେଳେ କେତେ ଥିଲା ନଗଦ ଟଙ୍କା ?

ଆରବିଆଇ ଶୁକ୍ରବାର ଦିନ ଟଙ୍କା ଯୋଗାଣ ଉପରେ ତଥ୍ୟ ପ୍ରକାଶ କରିଛି । ଏହି ଅନୁଯାୟୀ, 4 ନଭେମ୍ବର 2016 ସୁଦ୍ଧା ଜନସାଧାରଣଙ୍କ ପାଖରେ 17.7 ଲକ୍ଷ କୋଟି ଟଙ୍କା ଥିଲା । ବର୍ତ୍ତମାନ ଅକ୍ଟୋବର 21 ରେ, ଏହି ପରିମାଣ 30.88 ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଏହାର ଅର୍ଥ, ଜନସାଧାରଣ କୌଣସି କାରବାର, ବ୍ୟବସାୟ ପରିଚାଳନା ପାଇଁ ନଗଦ ଟଙ୍କାର ବ୍ୟବହାର କରୁଛନ୍ତି । ଡିଜିଟାଲ କାରବାର ଉପରେ ଲୋକମାନେ ସେତେଟା ଭରସା କରୁ ନାହାଁନ୍ତି ।

ଯଦିଓ ନୂତନ ଏବଂ ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ ବିକଳ୍ପ ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି, ଭାରତୀୟ ଅର୍ଥନୀତିରେ ନଗଦ ବ୍ୟବହାର ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । COVID-19 ମହାମାରୀ ସମୟରେ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଡିଜିଟାଲ୍ ମୋଡ୍ ରେ ଦେୟ ବୃଦ୍ଧି ପାଇଲା, କିନ୍ତୁ ନଗଦ ପରିମାଣ ମଧ୍ୟ ବୃଦ୍ଧି ପାଇଛି ।

ବଢୁଛି ଡିଜିଟାଲ କାରବାର - ଆରବିଆଇ

ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ, 2019 ରେ ଏକ ଆରବିଆଇ ଅଧ୍ୟୟନ କହିଛି ଯେ ନିକଟ ଅତୀତରେ ଡିଜିଟାଲ୍ ପେମେଣ୍ଟ ଧୀରେ ଧୀରେ ବୃଦ୍ଧି ପାଉଛି । ଉଭୟ ମୂଲ୍ୟ ଏବଂ ପରିମାଣ ବୃଦ୍ଧି ପାଉଛି । ଆରବିଆଇ ଅନୁଯାୟୀ, ତଥ୍ୟ ମଧ୍ୟ ଦର୍ଶାଉଛି ଯେ ଜିଡିପିର ଅନୁପାତରେ ପ୍ରଚଳିତ ମୁଦ୍ରା ମଧ୍ୟ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ସହିତ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ବିମୁଦ୍ରୀକରଣ ପରେ ଭାରତରେ ଡିଜିଟାଲ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଯଦିଓ ଦେଶରେ ଜିଡିପି ଅନୁପାତରେ ଡିଜିଟାଲ ଦେୟ କମ୍ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+