ମଦ ନେଲା 6 ଜଣଙ୍କ ଜୀବନ: 12ରୁ ଅଧିକ ଗୁରୁତର
ଉତ୍ତରପ୍ରଦେଶର ହାଥରସରେ ବିଷାକ୍ତ ମଦ ପିଇ 6 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ 12 ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ହସ୍ପିଟାଲ ଓ ଆଲିଗଡ଼ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ହାଥରସ : ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବିର୍ଦ୍ଦି ପାଉଥିବାବେଳେ ଆଉ ଏକ ନୂଆ ମାମଲା ସାମନାକୁ ଆସିଛି । ଉତ୍ତରପ୍ରଦେଶର ହାଥରସରେ ବିଷାକ୍ତ ମଦ ପିଇ 6 ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ 12 ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ହସ୍ପିଟାଲ ଓ ଆଲିଗଡ଼ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେପଟେ ଡ୍ୟୁଟିରେ ଅବହେଳା କାରଣରୁ ଦୁଇଜଣ ପୋଲିସଙ୍କୁ ଏସପି ନିଲମ୍ବିତ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଗତ 26 ତାରିଖରେ ଗାଁରେ ଏକ ପାରମ୍ପରିକ ପୂଜା ଚାଲିଥିଲା । ପରମ୍ପରା ଅନୁଯାୟୀ, ଗ୍ରାମବାସୀମାନେ ଦେବୀଙ୍କୁ ମଦ ଅର୍ପଣ କରିବା ସହ ନିଜେ ନିଜେ ମଦ୍ୟପାନ କରିଥିଲେ । ମଦ୍ୟପାନ କରିବା ପରେ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା ।
ଖବର ପାଇ ଏଡିଏମ, ଏସପି ଟିମ୍ ସହିତ ପହଞ୍ଚିବାବେଳକୁ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ବୁଧବାର ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।












Click it and Unblock the Notifications