ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ ମାଓବାଦୀ ମୁହାଁମୁହିଁ, 6 ମାଓବାଦୀ ନିହତ
ତେଲେଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷକର୍ମୀଙ୍କ ଗୁଳିରେ 6 ମାଓବାଦୀ ନିହତ ହୋଇଛନ୍ତି । ଏହା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ମାଲକାନଗିରି : ତେଲେଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷକର୍ମୀଙ୍କ ଗୁଳିରେ 6 ମାଓବାଦୀ ନିହତ ହୋଇଛନ୍ତି । ଏହା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ତେଲେଙ୍ଗାନୀ ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳି ବିନିମୟ କରିଥିଲେ । ସେଠାରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି । ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ଅପରେସନ ଲଞ୍ଚ କରି ଥିଲେ ଯବାନ । କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ବି ଏହି ଅପରେସନରେ ସାମିଲ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ମାଓବାଦୀ ଲୁଚିଥିବା ନେଇ ମିଳିଥିଲା ଗୁଇନ୍ଦା ସୂଚନା । ସୂଚନାକୁ ଆଧାର କରି ଅପରେସନ କରିଥିଲେ ଯବାନ ।












Click it and Unblock the Notifications