ଘାଟି ଛାଡ଼ୁଛନ୍ତି କାଶ୍ମୀର ପଣ୍ଡିତ, ସ୍ଥିତି ଅଣାୟତ
କାଶ୍ମୀରରେ ପୁଣି ଥରେ ଅବସ୍ଥା ବିଗିଡି ଯାଇଛି । ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂର ଶିକାର ହେବା ପରେ କାଶ୍ମୀର ପଣ୍ଡିତମାନେ ଆଜିଠାରୁ ସାମୁହିକ ପଳାୟନ ପାଇଁ ଘୋଷଣା କରିଛନ୍ତି ।
ଶ୍ରୀନଗର : କାଶ୍ମୀରରେ ପୁଣି ଥରେ ଅବସ୍ଥା ବିଗିଡି ଯାଇଛି । ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂର ଶିକାର ହେବା ପରେ କାଶ୍ମୀର ପଣ୍ଡିତମାନେ ଆଜିଠାରୁ ସାମୁହିକ ପଳାୟନ ପାଇଁ ଘୋଷଣା କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ୍ ଶାହା ଏକ ମୀକ୍ଷା ବୈଠକ ଡକାଇଛନ୍ତି, ଯେଉଁଥିରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ପାରାମିଲିଟାରୀ ଫୋର୍ସର ବରିଷ୍ଠ ଅଧିକାରୀ ତଥା ୟୁନିଅନ ଟେରିଟୋରୀର ସିଭିଲ ପ୍ରଶାସନ ସାମିଲ ହେବେ ।

ଆପଣଙ୍କୁ କହି ରଖୁଛୁ ଗତ କିଛି ଦିନ ହେବ ଘାଟିରେ ଘୃଣାର ନିଆଁ ପୁଣି ବଢିବାରେ ଲାଗିଛି । ଗତ 26 ଦିନ ମଧ୍ୟରେ 10 ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହି ଆତଙ୍କବାଦୀ ଘଟଣାରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନେ ଭୟଭୀତ ହୋଇପଡିଛନ୍ତି, ସେମାନେ ଭୟଭୀତ ହୋଇ ଉପତ୍ୟକା ଛାଡିବାକୁ ବାଧ୍ୟ ହେଉଛନ୍ତି । 30-40 ପରିବାର ଶ୍ରୀନଗର ଛାଡିଥିବା ବେଳେ PM ପ୍ୟାକେଜ ଅଧୀନରେ କାମ କରୁଥିବା କାଶ୍ମୀରୀ ପଣ୍ଡିତ ଅଜୟ ଜାମ୍ମୁରେ ପହଞ୍ଚି କହିଛନ୍ତି ବର୍ତ୍ତମାନ 1990 ମସିହା ଅପେକ୍ଷା ଉପତ୍ୟକାର ଅବସ୍ଥା ଆହୁରି ଖରାପ ହୋଇଛି ।
ସୂଚନାଯୋଗ୍ୟ, ଗୁରୁବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଜଣେ ବ୍ୟାଙ୍କ କର୍ମଚାରୀ ବିଜୟ କୁମାରଙ୍କୁ ହତ୍ୟା କରାଯାଇଥିଲା । ବିଜୟ ମୂଳତଃ ରାଜସ୍ଥାନର ଥିଲେ ଏବଂ ଏଠାରେ କୁଲଗାମର ଏକ ବ୍ୟାଙ୍କରେ କାମ କରୁଥିଲେ । କେବଳ ଏତିକି ନୁହେଁ, ଏହି ଘଟଣା ପରେ ବୁଡଗାମରେ ଆତଙ୍କବାଦୀମାନେ ଚାଦୋରା ଅଞ୍ଚଳରେ ଏକ ଇଟାଭାଟିରେ କାମ କରୁଥିବା ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି । ମୃତ ବ୍ୟକ୍ତି ବିହାରର ବାସିନ୍ଦା ଏବଂ ତାଙ୍କର ବୟସ ମାତ୍ର 17 ବର୍ଷ ଥିଲା ।












Click it and Unblock the Notifications