Sitapur Hate Speech : ମହନ୍ତ କହିଲେ - ମୁଁ ଏପରି କହିନାହିଁ, ଭିଡିଓକୁ ବିକୃତ କରି ଉପସ୍ଥାପିତ କରାଯାଇଛି

ସୀତାପୁର ମସଜିଦ ସମ୍ମୁଖରେ ଦେଇଥିବା ଘୃଣ୍ୟ ଭାଷଣ ମାମଲାରେ ମହନ୍ତ ବଜରଙ୍ଗ ମୁନି ଦାସ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ମିଥ୍ୟା ଅଭିଯୋଗରେ ତାଙ୍କୁ ଫସାଇବା ପାଇଁ ଏହି ଭିଡିଓକୁ ବିକୃତ କରାଯାଇଛି ।

ସୀତାପୁର : ସୀତାପୁର ମସଜିଦ ସମ୍ମୁଖରେ ଦେଇଥିବା ଘୃଣ୍ୟ ଭାଷଣ ମାମଲାରେ ମହନ୍ତ ବଜରଙ୍ଗ ମୁନି ଦାସ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ମିଥ୍ୟା ଅଭିଯୋଗରେ ତାଙ୍କୁ ଫସାଇବା ପାଇଁ ଏହି ଭିଡିଓକୁ ବିକୃତ କରାଯାଇଛି । ମହନ୍ତ କହିଛନ୍ତି ଯେ ଖୈରାବାଦରେ 80 ପ୍ରତିଶତ ମୁସଲମାନ, 20 ପ୍ରତିଶତ ହିନ୍ଦୁ ଅଟନ୍ତି । ଏଭଳି ପରିସ୍ଥିତିରେ ହିନ୍ଦୁମାନଙ୍କ ଅବସ୍ଥା କହିବାର କୌଣସି ଆବଶ୍ୟକତା ନାହିଁ । ମହନ୍ତ ଅଭିଯୋଗ କରିଛନ୍ତି ଯେ ଆମର କଳସ ଯାତ୍ରା ସମୟରେ କରୌଲି ପରି ଘଟଣାକୁ ପୁନରାବୃତ୍ତି କରିବା ପାଇଁ ବାଡି ଓ ପଥର ପ୍ରସ୍ତୁତ କରଯାଇଥିଲା, କିନ୍ତୁ ପୋଲିସ ହେତୁ ତାହା ହୋଇ ନଥିଲା ।

sitapur Mahant

ନବରାତ୍ରୀ ଏବଂ ହିନ୍ଦୁ ନବବର୍ଷ ଅବସରରେ ସୀତାପୁରର ଖୈରାବାଦରେ ଏହି ଶୋଭାଯାତ୍ରା କରାଯାଇଥିଲା । ମସଜିଦ ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିବା ପରେ ମହନ୍ତ ଲାଉଡ ସ୍ପିକର ମାଧ୍ୟମରେ ଭାଷଣ ଦେବା ଆରମ୍ଭ କରିଥିଲେ । "ମୁଁ ଆପଣଙ୍କୁ କହୁଛି ଯେ ଯଦି ଖୈରାବାଦରେ ଜଣେ ହିନ୍ଦୁ ଝିଅ ସହ ଖରାପ ବ୍ୟବହାର କରାଯାଏ, ତେବେ ମୁଁ ତୁମ ବୋହୂ ଏବଂ ଝିଅଙ୍କୁ ଅପହରଣ କରି ବଳାତ୍କାର କରିବି" ବୋଲି ମହନ୍ତ ମୁନି କହୁଥିବା ନେଇ ଭିଡ଼ିଓରେ ଦେଖିବାକୁ ମିଳିଛି । ମହନ୍ତଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ ତଦନ୍ତ ଚାଲିଛି । ପ୍ରାପ୍ତ ପ୍ରମାଣ ଏବଂ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ପ୍ରସଙ୍ଗରେ ସୂଚନା ଦେଇ ୟୁପି ଏଡିଜି, ପ୍ରଶାନ୍ତ କୁମାର କହିଛନ୍ତି ଯେ ମହନ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୀତାପୁର ଅତିରିକ୍ତ ପୋଲିସ ଅଧୀକ୍ଷକ ରାଜୀବ ଦୀକ୍ଷିତ କହିଛନ୍ତି ଯେ ଖୈରାବାଦ ସହରରେ ଘୃଣ୍ୟ ଭାଷଣର ଭିଡିଓ ଭାଇରାଲ କରିବା ପାଇଁ ମହନ୍ତ ବଜରଙ୍ଗ ମୁନି ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆପଣଙ୍କୁ କହି ରଖୁଛୁ ମହନ୍ତଙ୍କ ବିବୃତ୍ତି ସମ୍ପର୍କରେ ୟୁପିର ଡିଜିପିଙ୍କୁ ମହିଳା କମିଶନ ଏକ ଚିଠି ଲେଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+