ମିନି ପଞ୍ଜାବରେ ପରିଣତ ହେଉଛି ସିଙ୍ଗୁ ସୀମା : ତିଆରି ହେଉଛି ଇଟାର ଘର, ପୂର୍ବରୁ ଥିଲା ଜିମ୍ ଓ ସେଲୁନ୍
ମିନି ପଞ୍ଜାବରେ ପରିଣତ ହେଉଛି ସିଙ୍ଗୁ ସୀମା : ତିଆରି ହେଉଛି ଇଟାର ଘର
ନୂଆଦିଲ୍ଲୀ: ତିନୋଟି କୃଷି ନିୟମକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଗତ 106 ଦିନ ଧରି କୃଷକ ମାନେ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି | ଏତେ ଦିନ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ ହେତୁ ଦିଲ୍ଲୀର ସିଙ୍ଗୁ ସୀମା ପଞ୍ଜାବର ଏକ ଛୋଟ ଗାଁରେ ପରିଣତ ହୋଇଯ଼ାଇଛି | ବିରୋଧ ସ୍ଥଳରେ ଜିମ୍ ଏବଂ ସେଲୁନ୍ ହୋଇଥିବା ନେଇ ପୂର୍ବରୁ ଖବର ପ୍ରକାଶ ପାଇଥିଲା | ବର୍ତ୍ତମାନ ଏଠାରେ ପକ୍କା ଇଟା ଘର ନିର୍ମାଣ କରାଯାଉଛି | କୃଷକମାନେ ସିଙ୍ଗୁ ସୀମାରେ ପକ୍କା ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସିଙ୍ଗୁ ସୀମା ଏବଂ ଟିକରୀ ସୀମାରେ କୃଷକ ଆନ୍ଦୋଳନରେ ସାମିଲ ଥିବା କୃଷକମାନେ ଇଟା ଓ ସିମେଣ୍ଟର ଘର ନିର୍ମାଣ କରିଛନ୍ତି । ଘରର ଉପରେ ନଡାଛାତ କରାଯାଇଛି | ଯାହାଫଳରେ କୃଷକମାନେ ଗରମରୁ ତ୍ରାହି ପାଇପାରିବେ | ଏହା ଶୀତତାପ ନିୟନ୍ତ୍ରିତ ଘର ପରି ହେବ ବୋଲି କୃଷକମାନେ କହିଛନ୍ତି । ଏହି ଘର ତିଆରି କରିବା ପାଇଁ ପଞ୍ଜାବରୁ ରାଜମିସ୍ତ୍ରୀ ଆସିଥିବା ନେଇ ଖବରସରବରାହ ସଂସ୍ଥା ଏଏନଆଇ ରିପୋର୍ଟରେ କୁହାଯାଇଛି |












Click it and Unblock the Notifications