ସିଙ୍ଗୁ ସୀମାରେ ପ୍ରଶାସନ ଲଗାଇଲା ଲୁହା ବାଡ଼, ତିଆରି କଲା ସିମେଣ୍ଟ କାନ୍ଥ
ବିକ୍ଷୋଭକାରୀଙ୍କୁ ଦିଲ୍ଲୀ ଆସିବାରୁ ରୋକିବା ପାଇଁ ସିଙ୍ଗୁ ସୀମାରେ ରାସ୍ତାରେ ଲୁହା ହୁକ୍ ଲଗାଯିବା ସହ ଅସ୍ଥାୟୀ ସିମେଣ୍ଟ କାନ୍ଥ ମଧ୍ୟ ନିର୍ମାଣ କରାଯାଇଛି । ଦିଲ୍ଲୀ-ହରିୟାଣା ସୀମାରେ ସିମେଣ୍ଟ କାନ୍ଥ ନିର୍ମାଣ କରି ରାସ୍ତା ବନ୍ଦ କରିଦିଆଯାଇଛି ।
ନୂଆଦିଲ୍ଲୀ : ବିଗତ ଦୁଇ ମାସରୁ ଅଧିକ ସମୟ ଧରି କେନ୍ଦ୍ର ସରକାରର ତିନୋଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ କରିଆସୁଛନ୍ତି । 26 ଜାନୁଆରୀରେ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା ଏବଂ ଲାଲକିଲ୍ଲାରେ ଆନ୍ଦୋଳନକାରୀମାନେ ପଶି ସେଠାରେ ମଧ୍ୟ ହିଂସାକାଣ୍ଡ ଭିଆଇଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କୁ ପାଇଁ ସିଙ୍ଗୁ ସୀମାରେ ରାସ୍ତା ବନ୍ଦ କରି ପ୍ରଶାସନ ସେଠାରେ ଲୁହା ହୁକ୍ ଲଗାଇବା ଆରମ୍ଭ କରିଛି ।

ସିଙ୍ଗୁ ଦିଲ୍ଲୀ ପୋଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ନିୟୋଜିତ ପୋଲିସ୍ ମାନେ ଆନ୍ଦୋଳନକାରୀ କୃଷକଙ୍କ ଉପରେ କଡ଼ା ନଜର ରଖିଛନ୍ତି । ବିକ୍ଷୋଭକାରୀଙ୍କୁ ଦିଲ୍ଲୀ ଆସିବାରୁ ରୋକିବା ପାଇଁ ସିଙ୍ଗୁ ସୀମାରେ ରାସ୍ତାରେ ଲୁହା ହୁକ୍ ଲଗାଯିବା ସହ ଅସ୍ଥାୟୀ ସିମେଣ୍ଟ କାନ୍ଥ ମଧ୍ୟ ନିର୍ମାଣ କରାଯାଇଛି । ଦିଲ୍ଲୀ-ହରିୟାଣା ସୀମାରେ ସିମେଣ୍ଟ କାନ୍ଥ ନିର୍ମାଣ କରି ରାସ୍ତା ବନ୍ଦ କରିଦିଆଯାଇଛି । ସେଠାରେ କାମ କରୁଥିବା ଜଣେ ଶ୍ରମିକ କହିଛନ୍ତି, ଏହି ଲୁହା ରଡ୍ ମଧ୍ୟରେ ସିମେଣ୍ଟ ଭର୍ତ୍ତି କରି ଏକ ଅସ୍ଥାୟୀ କାନ୍ଥ ନିର୍ମାଣ କରାଯିବ ।
ସୂଚନାଯୋଗ୍ୟ, ଜାନୁଆରୀ 26 ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ପରେ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ଆସିବାକୁ ରୋକିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଉଛି । ପ୍ରାୟ 60ଦିନରୁ ଅଧିକ ସମୟ ଧରି ଦିଲ୍ଲୀର ବିଭିନ୍ନ ସ୍ଥାନରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିଛି ଦିନ ପୂର୍ବରୁ ସିଙ୍ଗୁ ସୀମାରେ କୃଷକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯେଉଁଥିରେ କିଛି ପୋଲିସ ଓ ସାଧାରଣ ଲୋକ ଆହତ ହୋଇଥିଲେ । ପ୍ରାୟ 200ରୁ ଅଧିକ ସ୍ଥାନୀୟ ଲୋକ ବାଡ଼ି ଧରି କୃଷକମାନଙ୍କୁ ଆକ୍ରମଣ କରିବା ସହ ଧାରଣା ସ୍ଥଳ ଖାଲି କରିବା ନେଇ କହିଥିଲେ । ଏହା ପରେ କୃଷକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ୍ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ।
ହିଂସା ପରେ ପ୍ରଦର୍ଶନ ସ୍ଥଳ ନିକଟରେ ବହୁ ସଂଖ୍ୟାରେ RAF, CRPF କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ରାଜପଥ ବ୍ୟତୀତ ପ୍ରଦର୍ଶନୀ ସ୍ଥାନକୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାରେ ମଧ୍ୟ ସିମେଣ୍ଟ ବ୍ୟାରିକେଡ୍ କରିବା ସହ ଉଭୟ ପାର୍ଶ୍ୱକୁ ବନ୍ଦ କରିଦିଆଯାଇଛି । ଅପରପକ୍ଷରେ କୃଷକ ସଙ୍ଗଠନ କହିଛି, ଆମ ଉପରେ ଏହି ବ୍ୟାରିକେଡ୍, କାନ୍ଥ କୌଣସି ପିରଭାବ ପକାଇବା ନାହିଁ, କିମ୍ୱା ଆମର ମନୋବଳ ଦୁର୍ବଳ କରିପାରିବ ନାହିଁ । କୃଷକ ଆନ୍ଦୋଳନର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ 26 ଜାନୁଆରୀ ହିଂସା ଏକ ଷଡଯନ୍ତ୍ର ଥିଲା ବୋଲି କୃଷକମାନେ ଅଭିଯୋଗ କରିବା ସହ ଏହା ପରେ ଆନ୍ଦୋଳନ ଆହୁରି ଶକ୍ତିଶାଳୀ ହୋଇଛି ବୋଲି କୃଷକମାନେ କହିଛନ୍ତି ।












Click it and Unblock the Notifications