ଦିଲ୍ଲୀରେ ବ୍ରିଟିଶ ହାଇ କମିଶନ ବାହାରେ ଏକାଠି ହେଲେ ଶିଖ୍, ଖଲିସ୍ତାନୀଙ୍କ କାରନାମାକୁ କଲେ ବିରୋଧ
ବହୁ ସଂଖ୍ୟକ ଶିଖ ସମ୍ପ୍ରଦାୟର ଲୋକ ବ୍ରିଟିଶ ହାଇ କମିଶନଙ୍କ ନିକଟରେ ପହଞ୍ଚି ସ୍ଲୋଗାନ ଦେଇଥିଲେ । ଶିଖ ସମ୍ପ୍ରଦାୟର ଲୋକମାନେ ହାତରେ ତ୍ରିରଙ୍ଗା ଧରି ଲଣ୍ଡନରେ ଖଲିସ୍ତାନୀଙ୍କ କାରନାମାକୁ ବିରୋଧ କରିଛନ୍ତି ।

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସମ୍ମୁଖରେ ଭଙ୍ଗାରୁଜା କରିବା ସହ ତ୍ରିରଙ୍ଗା ପତାକାକୁ ଓହ୍ଲାଇବା ଘଟଣା ପରେ ଦିଲ୍ଲୀରେ ବ୍ରିଟିଶ ହାଇ କମିଶନ ଆଗରେ ଏକାଠି ହୋଇଛନ୍ତି ଶହ ଶହ ଶିଖ୍ ସମ୍ପ୍ରଦାୟର ଲୋକ । ସେମାନେ ଏକାଠଇ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ବହୁ ସଂଖ୍ୟକ ଶିଖ ସମ୍ପ୍ରଦାୟର ଲୋକ ବ୍ରିଟିଶ ହାଇ କମିଶନଙ୍କ ନିକଟରେ ପହଞ୍ଚି ସ୍ଲୋଗାନ ଦେଇଥିଲେ । ଶିଖ ସମ୍ପ୍ରଦାୟର ଲୋକମାନେ ହାତରେ ତ୍ରିରଙ୍ଗା ଧରି ଲଣ୍ଡନରେ ଖଲିସ୍ତାନୀଙ୍କ କାରନାମାକୁ ବିରୋଧ କରିଛନ୍ତି । ଏହା ସହିତ 'ଭାରତ ଆମର ସ୍ୱାଭିମାନ' ଲେଖାଥିବା ବ୍ୟାନର ଧରିଥିଲେ । ଶିଖ ସମ୍ପ୍ରଦାୟର ପ୍ରଦର୍ଶନକୁ ରୋକିବା ପାଇଁ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ରବିବାର ଦିନ ଲଣ୍ଡନରେ ଭାରତୀୟ ହାଇ କମିଶନ ସମ୍ମୁଖରେ କିଛି ଖାଲିସ୍ତାନ ସମର୍ଥକ ହାଇ କମିଶନ ଅଫିସରେ ଲାଗିଥିବା ତ୍ରିରଙ୍ଗାକୁ ବାହାର କରିଦେଇଥିଲେ । ଖଲିସ୍ତାନୀମାନଙ୍କ ଏପରି କାର୍ଯ୍ୟକୁ ଭାରତର ଶିଖ ସମ୍ପ୍ରଦାୟର ଲୋକମାନେ ତୀବ୍ର ବିରୋଧ କରିଛନ୍ତି । ଶିଖମାନେ ଲଣ୍ଡନରେ ଖଲିସ୍ତାନ ସମର୍ଥକଙ୍କ କାରନାମାକୁ ବିରୋଧ କରି ତ୍ରିରଙ୍ଗାକୁ ଅପମାନକୁ ବରଦାସ୍ତ କରାୟିବ ନାହିଁ ବୋଲି କହିଛନ୍ତି ।
#WATCH | Delhi: Sikh community holds protest outside British High Commission over the incident where Khalistani elements attempted to pull down the Indian Flag outside High Commission of India in London pic.twitter.com/B8sFKlF91O
— ANI (@ANI) March 20, 2023
ଭାରତରେ ଅମୃତପାଲ ସିଂହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଲଣ୍ଡନରେ ହାଇ କମିଶନଙ୍କ ସମ୍ମୁଖରେ ଖଲିସ୍ତାନ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲୋକମାନେ ଏକାଠି ହୋଇ ତ୍ରିରଙ୍ଗାକୁ ଓହ୍ଲାଇ ଦେଇଥିଲେ । ଲଣ୍ଡନରେ ଏହି କାର୍ଯ୍ୟକୁ ଭାରତ ବିରୋଧ କରି ଦିଲ୍ଲୀରେ ବ୍ରିଟିଶ ହାଇ କମିଶନରଙ୍କୁ ସ୍ପଷ୍ଟୀକରଣ ମାଗିଛି ।
ଏହା ପରେ ଭାରତ ହାଇ କମିଶନରେ ବିରାଟ ତ୍ରିରଙ୍ଗା ଲଗାଯାଇଥିଲା ।












Click it and Unblock the Notifications