Get Updates
Get notified of breaking news, exclusive insights, and must-see stories!

Maternity Leave : 6 ମାସ ନୁହଁ ବର୍ଷେ ମିଳିବ ମାତୃତ୍ୱ ଛୁଟି

Maternity Leave : କର୍ମଜୀବୀ ମହିଳାଙ୍କ ପାଇଁ ଖୁସି ଖବର । ମାତୃତ୍ୱ ଅବକାଶ ସମୟ ସୀମାରେ ହେବ ବୃଦ୍ଧି । ଆଉ 6 ମାସ ନୁହଁ, ଏକ ବର୍ଷ ମିଳିବ ମାତୃତ୍ୱ ଅବକାଶ । ଏ ନେଇ ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆମ ସରକାର ମହିଳାମାନଙ୍କୁ 12 ମାସର ମାତୃତ୍ୱ ଛୁଟି ଏବଂ ଗୋଟିଏ ମାସର ପିତୃତ୍ୱ ଛୁଟି ଦେବେ ।

Maternity Leave : 6 ମାସ ନୁହଁ ବର୍ଷେ ମିଳିବ ମାତୃତ୍ୱ ଛୁଟି

ସିକ୍କିମ ରାଜ୍ୟ ସିଭିଲ ସର୍ଭିସ ଅଫିସର୍ସ ଆସୋସିଏସନର ବାର୍ଷିକ କାର୍ଯ୍ୟକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସୁବିଧାର ଲାଭ ଦେବା ନେଇ ସେବା ନିୟମରେ ସଂଶୋଧନ କରାଯିବ । ଏହି ସଂଶୋଧନ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ପିଲା ଏବଂ ପରିବାରର ଭଲ ଯତ୍ନ ନେବାରେ ସାହାଯ୍ୟ କରିବ । ଏହି ବିଷୟରେ ଏକ ବିସ୍ତୃତ ବିଜ୍ଞପ୍ତି ଶୀଘ୍ର ଜାରି କରାଯିବ ।

ମାତୃତ୍ୱ ଲାଭ ଅଧିନିୟମ 1961 ଅନୁଯାୟୀ, କାର୍ଯ୍ୟରତ ମହିଳାମାନେ 6 ମାସ ଛୁଟି କିମ୍ବା 26 ସପ୍ତାହ ଛୁଟି ପାଆନ୍ତି । ସିକ୍କିମ୍ ବିଷୟରେ କହିବାକୁ ଗଲେ ଏଠାରେ ଜନସଂଖ୍ୟା ମାତ୍ର 6.32 ଲକ୍ଷ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଧିକାରୀମାନେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ, ସେମାନେ ସିକ୍କିମ୍ ଏବଂ ଏହାର ଲୋକଙ୍କ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ସିଭିଲ ସର୍ଭିସ ଅଫିସରମାନଙ୍କୁ ପଦୋନ୍ନତି ଦେବା ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେଉଛି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ପଦୋନ୍ନତି ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+