ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ 'କୋଭିଶିଲ୍ଡ' ଉତ୍ପାଦନ ପାଇଁ ମିଳିଲା ଅନୁମତି
ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୋଭିଡ -19 ଟିକା 'କୋଭିଶିଲ୍ଡ' ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଅନୁମୋଦନ ଦେଇଛି ।
ନୂଆଦିଲ୍ଲୀ : ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୋଭିଡ -19 ଟିକା 'କୋଭିଶିଲ୍ଡ' ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଅନୁମୋଦନ ଦେଇଛି । ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା ଗୋଟିଏ ଦିନ ପୂର୍ବରୁ DCGI ରୁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମୋଦନ ପାଇଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଟିକା ତିଆରି ଏବଂ ବିତରଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ଦିଆଯାଇଛି । ଭାରତରେ ଅନୁମୋଦନ ପାଇବା ପରେ କମ୍ପାନୀ ବର୍ତ୍ତମାନ ଏହି ଟିକା ପ୍ରସ୍ତୁତ କରିପାରିବ ।
କୋଭିଶିଲ୍ଡ ବ୍ୟତୀତ, DCGI ଜରୁରୀକାଳୀନ ବ୍ୟବହାର ପାଇଁ ବାୟୋଟେକ୍-ଆଇସିଏମ୍ଆର ଟିକା 'କୋଭାକ୍ସିନ୍' କୁ ମଧ୍ୟ ଅନୁମୋଦନ ଦେଇଛି । କିନ୍ତୁ ଏହାକୁ ବ୍ୟାକଅପ୍ ଭାବରେ ବ୍ୟବହୃତ କରାଯିବ | ଏହା ବ୍ୟତୀତ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅହମ୍ମଦାବାଦ ସ୍ଥିତ ଜାୟଡସ୍ କ୍ୟାଡିଲାକୁ ଏହାର ଟିକା ZyCoV-D ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ଅନୁମୋଦନ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଟୀକାକରଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା 1000 ରୁ ଅଧିକ ଲୋକଙ୍କ ଉପରେ କରାଯାଇଛି । ତଥ୍ୟରୁ ଏହା ଜଣାପଡିଛି ଯେ ଟିକାର ତିନୋଟି ଡୋଜ ଦେବାପରେ ଏହା ନିରାପଦ ରହିବ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇପାରିବ ।

Drugs Controller General of India grants permission to Serum Institute of India to manufacture its COVID-19 vaccine 'Covishield' pic.twitter.com/qRX3ZI9xai
— ANI (@ANI) January 4, 2021
ଏହାପୂର୍ବରୁ ଡିସେମ୍ବର 28 ଏବଂ 29 ରେ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଆସାମ ଏବଂ ଗୁଜୁରାଟର ଚାରିଟି ରାଜ୍ୟରେ ପ୍ରାକ୍-ଟୀକାକରଣ କରାଯାଇଥିଲା । ଏହି ସମୟରେ ମିଳିଥିବା ତ୍ରୁଟିଗୁଡିକ ସଂଶୋଧନ କରିବା ସହ ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଜାନୁଆରୀ 2 ରେ ଦେଶବ୍ୟାପୀ ପ୍ରାକ୍-ଟୀକାକରଣ କରାଯାଇଥିଲା । ଏହା ବ୍ୟତୀତ ସରକାର 83 କୋଟି ସିରିଞ୍ଜ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୃଥକ ଭାବରେ 35 କୋଟି ସିରିଞ୍ଜ ପାଇଁ ଟେଣ୍ଡର କରାଯାଇଛି । ଏଭଳି ପରିସ୍ଥିତିରେ ଖୁବ୍ ଶୀଘ୍ର ଦେଶରେ କରୋନା ଜୀବାଣୁ ବିରୋଧରେ ଟୀକାକରଣ ଅଭିଯାନ ଆରମ୍ଭ ହେବାନେଇ ଆଶା କରାଯାଉଛି ।












Click it and Unblock the Notifications