Get Updates
Get notified of breaking news, exclusive insights, and must-see stories!

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେବ 1800 କୋଟି ଟଙ୍କା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେବ 1,800 କୋଟି ଟଙ୍କା । ଏନେଇ ରବିବାର ସନ୍ଧ୍ୟାରେ ଅଯୋଧ୍ୟାରେ ଏକ ବୈଠକ ପରେ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଗଣମାଧ୍ୟମକୁ କହିଛନ୍ତି ।

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେବ 1,800 କୋଟି ଟଙ୍କା । ଏନେଇ ରବିବାର ସନ୍ଧ୍ୟାରେ ଅଯୋଧ୍ୟାରେ ଏକ ବୈଠକ ପରେ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଗଣମାଧ୍ୟମକୁ କହିଛନ୍ତି । ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମଧ୍ୟ ଏହାର ନିୟମାବଳୀ ଚୂଡାନ୍ତ କରିଛି ।

ram mandir

ନିର୍ମାଣ ମୂଲ୍ୟ ବିଷୟରେ ଚମ୍ପତ ରାୟ କହିଛନ୍ତି, ଅନେକ ସଂଶୋଧନ ପରେ, ଆମେ ଏହି ଆକଳନରେ ପହଞ୍ଚିଛୁ । ଏହା ମଧ୍ୟ ବୃଦ୍ଧି ପାଇପାରେ । ପ୍ରଭୁ ରାମଙ୍କ ପ୍ରତିମା ନିର୍ମାଣରେ ଧଳା ମାର୍ବଲ ବ୍ୟବହାର କରିବାକୁ ମଧ୍ୟ ଟ୍ରଷ୍ଟ ନିଷ୍ପତ୍ତି ନେଇଛି ।

ସ୍ଥାପନ ହେବେ ଅନ୍ୟ ଦେବା ଦେବୀ

ରାମାୟଣ ସମୟର ଅନ୍ୟାନ୍ୟ ଦେବତା ଏବଂ ଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରାମ ମନ୍ଦିରରେ ସ୍ଥାପନ କରାଯିବ । ଚମ୍ପତ ରାୟ କହିଛନ୍ତି, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ନିୟମ ଏବଂ ନିୟମାବଳୀ ଚୂଡାନ୍ତ ହୋଇଛି । ଆମେ ଗତ କିଛି ମାସ ଧରି ଏହା ଉପରେ କାର୍ଯ୍ୟ କରୁଛୁ । ସେ ଆହୁରି କହିଛନ୍ତି ଯେ ଏହି ମନ୍ଦିରର ନିର୍ମାଣ ଡିସେମ୍ବର 2023 ସୁଦ୍ଧା ଶେଷ ହେବ ଏବଂ ଜାନୁଆରୀ 2024 ରେ ମକର ସଂକ୍ରାନ୍ତି ମହୋତ୍ସବ ରେ ଭଗବାନ ରାମ ଗର୍ଭଗୃହରେ ସ୍ଥାପନ ହେବେ ବୋଲି ଆଶା କରାଯାଉଛି ।

ସେ ଏହା ମଧ୍ୟ କହିଛନ୍ତି ଯେ ଟ୍ରଷ୍ଟର 15 ଜଣଙ୍କ ମଧ୍ୟରୁ 14 ଜଣ ଏହି ସଭାରେ ଭାଗ ନେଇଥିଲେ । ନୃପେନ୍ଦ୍ର ମିଶ୍ର, ଟ୍ରଷ୍ଟ ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ, କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି, ସଦସ୍ୟ ଉଦୁପି ପୀଠେଶ୍ୱର ବିଶ୍ୱତୀର୍ଥ ପ୍ରସନ୍ନଚାର୍ଯ୍ୟ, ଡ ଅନୀଲ ମିଶ୍ର, ମହନ୍ତ ଦୀନେନ୍ଦ୍ର ଦାସ, କାମେଶ୍ୱର ଚୌପାଲ ଏବଂ ପୂର୍ବତନ ଅଫିସିଆଲ୍ ସଦସ୍ୟ ଜିଲ୍ଲା ମାଜିଷ୍ଟ୍ରେଟ ନୀତୀଶ କୁମାର ଉପସ୍ଥିତ ଥିଲେ । ଭର୍ଚୁାଲ ଯୋଗେ କେଶବ ପରଶରନ୍, ଯୁଗପୁରଷ ପରମାନନ୍ଦ, ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଏବଂ ପୂର୍ବତନ ଅଫିସିଆଲ୍ ସଦସ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବ ସଞ୍ଜୟ ପ୍ରସାଦ ଯୋଗ ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+