5 ବର୍ଷର ଶିଶୁକୁ ଝିଣିନେଲେ କୁକୁର, ଚାଲିଗଲା ଜୀବନ
ଶିଶୁକୁ ଆକ୍ରମଣ କରି ଜୀବନ ନେଇଗଲେ କୁକୁର । ଏପରି ଏକ ହୃଦୟ ବିଦାରକ ଘଟଣା ହାଇଦ୍ରାବାଦରୁ ସାମ୍ନାକୁ ଆସିଛି । ହାଇଦ୍ରାବାଦର ଏକ ହାଉସିଂ ସୋସାଇଟିରେ ବୁଲା କୁକୁର 5 ବର୍ଷର ଶିଶୁକୁ ଆକ୍ରମଣ କରିଥିଲେ ।

ହାଇଦ୍ରାବାଦ : ଶିଶୁକୁ ଆକ୍ରମଣ କରି ଜୀବନ ନେଇଗଲେ କୁକୁର । ଏପରି ଏକ ହୃଦୟ ବିଦାରକ ଘଟଣା ହାଇଦ୍ରାବାଦରୁ ସାମ୍ନାକୁ ଆସିଛି । ହାଇଦ୍ରାବାଦର ଏକ ହାଉସିଂ ସୋସାଇଟିରେ ବୁଲା କୁକୁର 5 ବର୍ଷର ଶିଶୁକୁ ଆକ୍ରମଣ କରିଥିଲେ । ଯେତେବେଳେ ଗୁରୁତର ଆହତ ଶିଶୁକୁ ଡାକ୍ତରଖାନା ନିଆଯାଇଥିଲା, ସେତେବେଳେକୁ ଶିଶୁର ମୃତ୍ୟୁ ହୋଇସାରିଥିଲା ।
ଏହି ଦୁଃଖଦ ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି । ଭିଡିଓରେ, ଶିଶୁ ଜଣକ ରାସ୍ତାରେ ଖେଳୁଥିବା ବେଳେ କିଛି କୁକୁର ଆକ୍ରମଣ କରିଥିଲେ । ଶିଶୁ ଜଣକ କୁକୁର କବଳରୁ ବର୍ତ୍ତିବାକୁ ଚେଷ୍ଟା କରିଥିଲୟ ମଧ୍ୟ ସଫଳ ହୋଇନଥିଲା ।
ସୂଚନାନୁସାରେ, ଶିଶୁର ପିତା ଗଙ୍ଗାଧର, ଘଟଣା ଘଟିଥିବା ସୋସାଇଟି କମ୍ପ୍ଲେକ୍ସରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି । ଶିଶୁର କାନ୍ଦ ଶୁଣି ବାପା ଘଟଣାସ୍ଥଳରେ ପହଞ୍ଚି ତାକୁ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତରମାନେ ତାଙ୍କୁ ଚିକିତ୍ସା ସମୟରେ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା 19 ଫେବୃଆରୀ ର ବୋଲି କୁହାଯାଉଛି ।
ଗଙ୍ଗାଧର ନିଜ ପରିବାର ସହିତ ନିଜାମାବାଦରୁ ହାଇଦ୍ରାବାଦକୁ କାମ ପାଇଁ ଆସିଥିଲେ । ସେ କାମ କରୁଥିବା ଆପାର୍ଟମେଣ୍ଟର ପରିସରରେ ଖେଳୁଥିବା ଗଙ୍ଗାଧରଙ୍କ ପୁଅକୁ କୁକୁର ଆକ୍ରମଣ କରିଥିଲେ । ବର୍ତ୍ତମାନ କୁହାଯାଉଛି ଯେ ଶିଶୁଟିକୁ ଡାକ୍ତରଖାନା ନିଆଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।












Click it and Unblock the Notifications